Posted inଜାତୀୟ

ଜଳ ସଙ୍କଟ ଉତ୍କଟ: ଦେଶର ୯୧ ଜଳାଶୟରେ ରହିଛି ୨୦ ପ୍ରତିଶତ ଜଳ

ନୂଆଦିଲ୍ଲୀ,୩।୬: ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଦେଶର ୯୧ ଟି ଜଳାଶୟରେ ମାତ୍ର ୨୦ ପ୍ରତିଶତ ଜଳ ରହିଥିବା କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ ମେ ୩୦ ସୁଦ୍ଧା ଏହି ଜଳାଶୟ ଗୁଡ଼ିକର ଜଳଧାରଣ କ୍ଷମତା ସମ୍ପର୍କିତ ତଥ୍ୟ ଏଥିରେ ପ୍ରକାଶ ପାଇଛି। ଏବେ ଏହି ଜଳାଶୟ ଗୁଡ଼ିକରେ ମୋଟ ୩୧.୬୫ ଶହ କୋଟି କ୍ୟୁବିକ୍‌ ମିଟର ଜଳ ରହିଛି। ପ୍ରାକ୍‌ ମୌସୁମୀରେ ଅନିୟମିତତା ଯୋଗୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର,ମହାରାଷ୍ଟ୍ର, କର୍ନାଟକ, ଗୁଜରାଟ ଏବଂ ରାଜସ୍ଥାନ ଆଦି ରାଜ୍ୟରେ ମରୁଡ଼ି ଦେଖାଦେଇଛି। ଚଳିତ ମୋସୁମୀରେ ଦେଶର ଉତ୍ତର ପଶ୍ଚିମ ଏବଂ ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକରେ କମ୍‌ ବର୍ଷ ହେବାର ଆଶଙ୍କ ଦେଖାଦେଇଛି। ଏବେ ମୌସୁମୀ ଉପରେ ଭରସା। ଚଳିତ ବର୍ଷ ଭଲ ବର୍ଷା ହେଲେ ଏହା ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି କରାଇବାକୁ ସକ୍ଷମ ହେବ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ପ୍ରତିବାଦ ସହିତ ପାକିସ୍ତାନ କନେକ୍ସନ: ‘ସଂସଦ ମାର୍ଚ୍ଚ’ର ସ୍କ୍ରିପ୍ଟ କେଉଁଠାରେ ଲେଖାଯାଇଥିଲା? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୭: CJP ପ୍ରତିବାଦର ହଠାତ ବୃଦ୍ଧି ଏବଂ ଏହା ପଛରେ ସୋସିଆଲ ମିଡିଆରେ ବ୍ୟବସ୍ଥିତ କାହାଣୀ ସମ୍ପର୍କରେ ଏକ ପ୍ରମୁଖ ‘ଟୁଲକିଟ’ ଏବଂ ବିଦେଶୀ-ବିରୋଧୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ…

ସିକିମ ଭୂସ୍ଖଳନରେ ୭ ମୃତ, ନିର୍ମାଣାଧୀନ ସୁଡ଼ଙ୍ଗରେ ମିଥେନ ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି

ଗ୍ୟାଙ୍ଗଟକ,୨୧।୭: ଉତ୍ତର-ପୂର୍ବ ରାଜ୍ୟ ସିକିମର ଏକ ନିର୍ମାଣାଧୀନ ସୁଡଙ୍ଗରେ ସୋମବାର ଭୂସ୍ଖଳନ ହେବା ଫଳରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ସଂଶୋଧିତ ଇଂଲିଶ ବନାନ ତ୍ୱରିତ କାର୍ଯ୍ୟକାରୀ ଲାଗି ନିର୍ଦ୍ଦେଶ, ସବୁ ଜିଲାପାଳଙ୍କୁ ରାଜସ୍ବ ସଚିବଙ୍କ ଚିଠି

ଭୁବନେଶ୍ୱର,୨୧।୭(ସୁନିତ୍‌ ମିଶ୍ର): ରାଜ୍ୟର ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳ ଗୁଡ଼ିକ ନାମର ସଂଶୋଧିତ ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବା…

ପଶ୍ଚିମବଙ୍ଗ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ ହେବ

କୋଲକାତା, ୨୧ା୭: ପଶ୍ଚିମବଙ୍ଗ ସରକାର ଆସନ୍ତା ସେପ୍ଟେମ୍ବର ୧ରୁ ସମସ୍ତ ପ୍ରଶାସନିକ କାର୍ଯ୍ୟରେ ବଙ୍ଗଳା ଭାଷାକୁ ବାଧ୍ୟତାମୂଳକ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…

ଆସାମରେ ବନ୍ୟା ବିଭୀଷିକା

ଗୁଆହାଟୀ,୨୧ା୭: ଉପର ଆସାମରେ ବନ୍ୟା ସ୍ଥିତି ଉତ୍କଟ ହୋଇଛି। ୭ ଜିଲାରେ ୫୭,୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ଚା’ ବଗିଚାଗୁଡ଼ିକ ପାଣିରେ ବୁଡ଼ିଯାଇଛି। ଲଗାଣ ବର୍ଷା…

ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ମାଗିଲେ ଏସବୁ ରିପୋର୍ଟ

ନୂଆଦିଲ୍ଲୀ,୨୧ା୭: ଅନଶନରତ ଆକ୍ଟିଭିଷ୍ଟ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଆଙ୍ଗ୍‌ମୋ କରିଥିବା ଆବେଦନ ଉପର ଦିଲ୍ଲୀ ହାଇକୋର୍ଟ ସୋମବାର ସଫଦରଜଙ୍ଗ…

ମସ୍କୋ ଉପରେ ୪୦୦ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ୍‌

ମସ୍କୋ, ୨୧।୭: ରୁଷ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ୟୁକ୍ରେନ ସେନା ରୁଷ୍‌ର ରାଜଧାନୀ ମସ୍କୋକୁ ଲକ୍ଷ୍ୟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri