ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

ଖଣ୍ଡପଡା,୨୧ା୪(ସ୍ବ.ପ୍ର.) ନୟାଗଡ ସହରବାସୀଙ୍କୁ ପାନୀୟ ଜଳ ସମସ୍ୟା ଅତିଷ୍ଠ କରୁଛି। ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆରମ୍ଭରୁ ସମସ୍ୟା ସୃଷ୍ଟି କରୁଛି। କଣ୍ଟିଲୋ, ବାଣପୁର ନିକଟ ମହାନଦୀରୁ ୩୦ କି.ମି ଦୂର ନୟାଗଡ ସହରକୁ ହୋଇଥିବା  ପାନୀୟ ଜଳ ଯୋଗାଣ ଯୋଜନା କାର୍ଯ୍ୟ ଆରମ୍ଭରୁ ବିଭିନ୍ନ ସ୍ଥାନରେ ପାଇପ କଣା ହୋଇଛି। ଫଳରେ ପାଣି ଲିକ୍‌ ହୋଇ ଅପଚୟ ହେଉଛି। କୁଆଁରିଆ ସେତୁ ପାର୍ଶ୍ୱରେ ଯାଇଥିବା ମୁଖ୍ୟ ପାଇପ ସ୍ଥଳରୁ ପାଣି ଲିକ୍‌ ହୋଇ ମହାନଦୀର ପାଣି କୁଆଁରିଆ ନଦୀକୁ ଯାଉଛି। ଏପରି କି ପାଣି ଲିକ୍‌ ଯୋଗୁ ରାସ୍ତା ପାର୍ଶ୍ୱ ନଷ୍ଟ ହେଉଥିବା ଜଣା ପଡିଛି।

ପ୍ରକାଶ ଯେ, କଣ୍ଟିଲୋ-ବାଣପୁର ନିକଟ ମହାନଦୀଠାରୁ ପ୍ରାୟ ୩୦ କି.ମି ଦୂର ନୟାଗଡ ସହରାଞ୍ଚଳର ପାନୀୟ ଜଳ ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ ୧୯୯୩ ମସିହା ଜିଲା ଯୋଜନା ଓ ଉନ୍ନୟନ ବୋର୍ଡ ବୈଠକର ନିଷ୍ପତ୍ତି କ୍ରମେ ରାଜ୍ୟ ସରକାର ପ୍ରାୟ ୨୦ କୋଟି ୭୯ ଲକ୍ଷ ଟଙ୍କାର ଏକ ମେଗା ଜଳ ଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ଏବେ ଏହି ପ୍ରକଳ୍ପ ଗତ ୨୦୧୬ ମସିହାରେ କାର୍ଯ୍ୟକାରୀ ହୋଇଥିବା ଜଣା ପଡିଛି। ମାତ୍ର ବାଣପୁର ନିକଟସ୍ଥ ମହାନଦୀ ଘାଟରୁ ବିଭିନ୍ନ ଗ୍ରାମ ମଧ୍ୟ ଦେଇ ପାଇପ ଲାଇନ ବିଛାଯାଇ ଦୀର୍ଘ ୩୦ କି.ମି ଦୂର ଅତିକ୍ରମ କରି ନୟାଗଡ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ଏହି ପ୍ରକଳ୍ପରୁ ଏକଶହ ଅଶ୍ୱ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଚାଳିତ ମୋଟର ପମ୍ପ ସାହାଯ୍ୟରେ ପାଣି ଉଠୁଥିବାରୁ ଅଧିକ ଚାପରେ ପାଣି ନିର୍ଗତ ହୋଇ ପାଇପ ସଂଯୋଗ ସ୍ଥଳରେ ଲିକେଜ ସୃଷ୍ଟି ହୋଇ ସମସ୍ୟା ଉପୁଜୁଛି ା  ବିଶେଷ କରି ଗତ ୫ ଦିନ ହେବ କଣ୍ଟିଲୋ- ବେଣାଗାଡିଆ ମୁଖ୍ୟ ପୂର୍ତ୍ତ ରାସ୍ତାର କୁଆଁରିଆ ସେତୁ ପାର୍ଶ୍ୱରେ ଯାଇଥିବା ପାଇପର ସଂଯୋଗ ସ୍ଥଳରୁ  ସକାଳ ପ୍ରାୟ ୪ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅବିଶ୍ରାନ୍ତ ପାଣି ନିର୍ଗତ ହୋଇ ଅପଚୟ ହେଉଛି। ଗ୍ରୀଷ୍ମ ପ୍ରବାହ ସମୟରେ ଲୋକେ ପାଣିମୁନ୍ଦେ ପାଇଁ ଡହଳ ବିକଳ ହେଉଥିବା ବେଳେ ଏହି ଲିକେଜ ପାଣି ନିକଟରେ ଅବସ୍ଥିତ ରାମଚଣ୍ଡୀ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ଏବଂ ଭୋଜିଭାତ କରୁଥିବା ଲୋକମାନଙ୍କ ପାଇଁ ବରଦାନ ସଦୃଶ୍ୟ ପାଲଟିଛି। ସଂଯୋଗସ୍ଥଳରୁ ପ୍ରବାହିତ ପ୍ରଚୁର ପାଣି ନଦୀକୂଳ ରାସ୍ତାରୁ ମୂର୍ତ୍ତିକା କ୍ଷୟ ହୋଇ ସମସ୍ୟା ସୃଷ୍ଟି କରୁଛି । ଏ ସମ୍ପର୍କରେ ନୟାଗଡ ଜନ ସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ତ୍ରିଲୋଚନ ବେହେରାଙ୍କୁ ପଚାରିବାରୁ ସେ  ତୁରନ୍ତ ଏ ଦିଗରେ ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri