ଜଳ ନିଷ୍କାସନ ପାଇଁ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ଶେରଗଡ଼,୧୭ା୬(ଡି.ଏନ୍‌.ଏ.)- ମୌସୁମୀର ପ୍ରଥମ ବର୍ଷାରେ ଶେରଗଡ଼ ଅବସ୍ଥା ବେହାଲ ହୋଇ ପଡିଥିଲା। ତିନି ଛକକୁ ଲାଗି ରହିଥିବା ୫ଶହ ଏକର ଜମି ଜଳମଗ୍ନ ହୋଇ ରହିଛି। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ତହସିଲଦାର ଡ. ଦୟାସିନ୍ଧୁ ପରିଡା, ବିଡ଼ିଓ ସୁରଞ୍ଜନ କୁମାର ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ମଙ୍ଗଳବାର ଶେରଗଡ଼ ତିନି ଛକ, ଚାରି ଛକ, ନନ୍ଦିନୀ ନଦୀ ତଟ ବୁଲି ଜଳ ନିଷ୍କାସନ ନେଇ ଆଲୋଚନା କରିଥିଲେ। ଖବର ପାଇ ଶତାଧିକ ଅଞ୍ଚଳବାସୀ ସେମାନଙ୍କୁ ଘେରିବା ସହ ତୁରନ୍ତ ଜଳ ନିଷ୍କାସନ ପାଇଁ ଦାବି କରିଥିଲେ। ନଚେତ୍‌ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବ ଓ ଆଉ ଅସରାଏ ବର୍ଷା ହେଲେ ସାହିରେ ପାଣି ପଶିବ ବୋଲି କହିଥିଲେ। ତୁରନ୍ତ ଜଳ ନିଷ୍କାସନ ନ କଲେ ରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଥିଲେ। ଏହାପରେ ଅଧିକାରୀମାନେ ତୁରନ୍ତ ଜଳ ନିଷ୍କାସନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନୂଆନାଳ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଥିବା ପୂର୍ତ୍ତି ବିଭାଗ ର୍ନିବାହୀ ଯନ୍ତ୍ରୀ ଶତପଥୀ କହିଥିଲେ।