ଜଳିଗଲା ୨୦୦ରୁ ଊର୍ଦ୍ଧ୍ୱ କାଜୁଗଛ

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାହାକୁଦ କାଜୁ ଜଙ୍ଗଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗି ୨୦୦ରୁ ଊର୍ଦ୍ଧ୍ୱ କାଜୁ ଗଛ ଜଳିଯାଇଛି। ଖବର ପାଇ ମହାକାଳପଡ଼ା ଅଗ୍ନିଶମ ବିଭାଗର ୨ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଘଟଣାସ୍ଥଳରେ କାଜୁ ନିଗମର ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ପ୍ରାଥମିକ ତଦନ୍ତରେ କେହି ଦୁର୍ବୃତ୍ତ ବିଡ଼ି କିମ୍ବା ସିଗାରେଟ୍‌ ଟାଣି ନିଆଁ ଲଗାଇଥିବା କହିଛନ୍ତି।