ଜଳିଗଲା ନୀଳଚକ୍ର ବାନା

ପୁରୀ ଅଫିସ,୧୯ା୩: ଜଳିଗଲା ନୀଳଚକ୍ର ବାନା । ମହାଦୀପରୁ ନିଅଁା ଲାଗି ନୀଳଚକ୍ର ତଳେ ବନ୍ଧାଯାଇଥିବା ୨/୩ଟି ମାନସିକ ବାନା ପୋଡ଼ିଯାଇଛି। କରୋନା ମୁକାବିଲା ଉଦ୍ଦେଶ୍ୟରେ ଶୁକ୍ରବାରଠୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରିବାକୁ ଗୁରୁବାର ନିଷ୍ପତ୍ତି ନିଆଯିବାର କିଛି ଘଣ୍ଟା ପରେ ବାନା ପୋଡ଼ିଯିବାକୁ ନେଇ ନାନା ପ୍ରକାର ଚର୍ଚ୍ଚା ଶୁଣିବାକୁ ମିଳୁଛି। କେହି କେହି ଏହାକୁ ଅଶୁଭ ବୋଲି କହୁଥିବାବେଳେ ଆଉ କେହି ପବନ ଯୋଗୁ ବାନାରେ ନିଆଁ ଲାଗିଥିବା କହିଛନ୍ତି ।
ପ୍ରତ୍ୟେକ ଏକାଦଶୀରେ ଶ୍ରୀମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥାଏ। ଜଗତର ମଙ୍ଗଳ କାମନା କରି ଅଁଳା ବେଢ଼ାରେ ଏହି ଦୀପ ଜଳାଯାଇଥାଏ। ଗୁରୁବାର ଏକାଦଶୀ ଥିବାରୁ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଚୂନରା ସେବକ ମହାଦୀପ ନେଇ ଅଁଳା ବେଢାରେ ଜାଳିଥିଲେ। ମହାଦୀପ ଲାଗିବାର କିଛି ସମୟ ପରେ ହଠାତ୍‌ ପବନ ବହିଥିଲା। ଏହି ପବନ ଯୋଗୁ ନୀଳଚକ୍ର ତଳେ ବନ୍ଧାଯାଇଥିବା ମାନସିକ ବାନାରେ ନିଅଁା ଲାଗି ଯାଇଥିଲା। ପ୍ରାୟ ୨/୩ଟି ବାନାରେ ନିଅଁା ଲାଗିଯିବାରୁ ପବନରେ ନିଅଁା ଉଡ଼ିଥିଲା। ଭକ୍ତମାନେ ଏହା ଦେଖି ବାନା ପୋଡିଗଲା ବାଲି ପାଟି କରିଥିଲେ। ପରେ ଚୂନରା ସେବକ ଉପରକୁ ଯାଇ ନୀଳଚକ୍ର ତଳେ ବନ୍ଧା ଯାଇଥିବା ଅନ୍ୟ ବାନାଗୁଡ଼ିକୁ ଖୋଲି ଆଣିଥିଲେ। ଏନେଇ ସେବାୟତ ମଧୁସୂଦନ ଦାସ ମହାପାତ୍ରଙ୍କୁ ପଚାରିବାରେ, ପ୍ରତ୍ୟେକ ଏକାଦଶୀରେ ନୀଳଚକ୍ର ତଳେ ବନ୍ଧାଯାଇଥିବା ବାନା ଖୋଲାଯାଇ ମହାଦୀପ ଉଠିଥାଏ। କିନ୍ତୁ ଗୁରୁବାର ଏହି ବାନାଗୁଡ଼ିକ ଖୋଲା ନଯାଇ ମହାଦୀପ ଉଠିଥିଲା। ପବନ ଅଧିକ ଜୋରରେ ବହିବାରୁ ୩/୪ଟି ବାନାରେ ନିଅଁା ଲାଗି ଉଡ଼ିଥିଲା ବୋଲି ଦାସମହାପାତ୍ର କହିଛନ୍ତି। । ଭକ୍ତ ଦିଲୀପ ବରାଳଙ୍କ କହିବା ହେଲା, ବାନାରେ ନିଅଁା ଲାଗିବା ପରେ ପବନରେ ନିଅଁା ଉଡ଼ିଥିଲା। ବଡ଼ଦାଣ୍ଡରେ ଭକ୍ତମାନେ ଠିଆ ହୋଇ ଏହାକୁ ଦେଖିଥିଲେ। ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଏକାଦଶୀ ଯୋଗୁ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥିଲା। ପବନ ଯୋଗୁ ନୀଳଚକ୍ର ତଳେ ବନ୍ଧା ଯାଇଥିବା ବାନାରେ ନିଅଁା ଲାଗିଥିଲା। ଶ୍ରୀମନ୍ଦିର ସୁପରଭାଇଜର ଚୂନରା ସେବକଙ୍କୁ ଜଣାଇବା ପରେ ସେମାନେ ଯାଇ ମୁଖ୍ୟ ବାନାକୁ ଛାଡି ଅନ୍ୟ ବାନାକୁ ଖୋଲି ଆଣିଥିଲେ ।
ଯଦି ଏପରି ଘଟଣା ଘଟିଥିବ ତାହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି। ସେହିପରି ଶୁକ୍ରବାରଠାରୁ ଜିଲା ପ୍ରଶାସନ ଭକ୍ତଙ୍କ ଦର୍ଶନ ବନ୍ଦ କରୁଛି । ତା ପୂର୍ବରୁ ବାନା ପୋଡ଼ିଯିବା ବଡ଼ ଅଘଟଣକୁ ସୂଚାଉଛି ବୋଲି ଭକ୍ତ ଶ୍ରୀଧର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri