ଜଳିଗଲା ଦୋକାନ ସହ ୩ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ଭଦ୍ରକ ଅଫିସ,୨୨।୩: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଓଲଙ୍ଗ ପଞ୍ଚାୟତର ସାରତୋଳା ଗାଁରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଘର ଓ ଦୋକାନ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଛି।
ସୂଚନାଯୋଗ୍ୟ, ସାରତୋଳା ଗାଁର ଧନେଶ୍ୱର ବେହେରାଙ୍କ ଦୋକାନରେ ଶନିବାର ରାତିରେ ନିଆଁ ଲାଗିଯାଇଥିଲା। ପରେ ଏହି ନିଆଁ ଘରକୁ ବ୍ୟାପିଥିଲା। ଏଥିରେ ଦୋକାନ ସହ ୩ ବଖରା ଘର ଜଳି ଯାଇଥିବା ଜଣାପଡ଼ିଛି। ପରିବାର ଲୋକେ ସୌଭାଗ୍ୟ କ୍ରମେ ସୁରକ୍ଷିତ ଭାବେ ଘରୁ ବହାରି ଆସିଥିଲେ। ଭଦ୍ରକ ଅଗ୍ନିଶମ ବାହିନୀର ୨ଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।