ଜଳାଶୟର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଲାଗି ନିଷ୍ପତ୍ତି

ବାଲେଶ୍ୱର ଅଫିସ, ୧୪।୧୦-ବାଲେଶ୍ୱର ସହର ନିଳିଆବାଗସ୍ଥିତ କାର୍ଯ୍ୟାଳୟରେ ‘ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମିତି’ ବାଲେଶ୍ୱର ଶାଖା ପକ୍ଷରୁ ସୋମବାର ଜଳସମ୍ପଦ ଓ ପରିବେଶ ସୁରକ୍ଷା ସହ ଜଳକୈନ୍ଦ୍ରିକ ସମସ୍ୟାର ସମାଧାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ଆବାହକ ଶୁଭଙ୍କର ମହାପାତ୍ର ଆଲୋଚନା ସମ୍ପର୍କରେ ପ୍ରାକ୍‌ କଥା ଉପସ୍ଥାପନ କରିଥିଲେ। ସଂଯୋଜକ ପ୍ରତାପ ଚନ୍ଦ୍ର ନାୟକ କିଛିଦିନ ପୂର୍ବରୁ ଶେଷ ହୋଇଥିବା ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ‘ଇଣ୍ଡିଆ ୱାଟର ଉଇକ୍‌’ରେ ଅଂଶଗ୍ରହଣ କରି ସାମ୍ପ୍ରତିକ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଥିଲେ।
ଆଲୋଚନାରେ ପରିବେଶବିତ୍‌ ଡ. ଅଶୋକ କୁମାର ପାଣିଗ୍ରାହୀ ରାସାୟନିକ ସାର ଓ ଔଷଧର ପ୍ରୟୋଗ ଜଳ, ପରିବେଶ ଉପରେ ପଡୁଥିବା କୁପ୍ରଭାବ ଉପରେ ପ୍ରକାଶ କରିଥିଲେ। ପ୍ରଶାନ୍ତ ପାଢ଼ୀ ଭୂଗର୍ଭ ଜଳର ସୁରକ୍ଷା ପାଇଁ ଭୂପୃଷ୍ଠରେ ଥିବା ଜଳାଶୟ ସମୂହର ସୁରକ୍ଷା ପାଇଁ ଗୁରୁତ୍ୱାରୋପ କରିଥିଲେ। ସାମାଜିକ କର୍ମୀ ଗୋବିନ୍ଦ ଦଳେଇ ଜଳକୈନ୍ଦ୍ରିକ ସମସ୍ୟାର ସମାଧାନ ପାଇଁ ବିିଭିନ୍ନ ଗଣସଙ୍ଗଠନର ସହଯୋଗ ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ରଖିଥିଲେ। ସବୁଜସାଥୀର ଆବାହକ ସପନ ମହାପାତ୍ର ବନୀକରଣକୁ ସରକାର ଓ ଜନସାଧାରଣ ପ୍ରାଥମିକତା ଦେବାପାଇଁ ସଚେତନତା ସୃଷ୍ଟି କରିବାକୁ ଆବେଦନ କରିଥିଲେ। ସେହିପରି ଡ. ପ୍ରମୋଦ ପଣ୍ଡା, ଧୀରେନ୍ଦ୍ର ପାଣି, ଇଂ. ପ୍ରଦୀପ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପରିବେଶ ଓ ଜଳସମ୍ପଦର ସୁରକ୍ଷାର ବାର୍ତ୍ତା ସ୍କୁଲ୍‌ ଛାତ୍ରୀଛାତ୍ରଙ୍କଠାରେ ପହଞ୍ଚାଇବା ପାଇଁ ମତପୋଷଣ କରିଥିଲେ। ବାଲେଶ୍ୱର ସହର ପାଖରେ ଥିବା ବୃହତ୍‌ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ୟମ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ବୁଦ୍ଧିଜୀବୀ, ବିଭିନ୍ନ ଗଣ ସଙ୍ଗଠନ ଓ ଜନପ୍ରତିନିଧିମାନଙ୍କ ସହଯୋଗରେ ଆଗାମୀ ଦିନରେ ସଚେତନତା କାର୍ଯ୍ୟକ୍ରମକୁ ଜିଲାବ୍ୟାପୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚକ୍ରଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri