ଜଳବାୟୁ ପରିବର୍ତ୍ତନ ବନାମ ବିବର୍ତ୍ତନ

ଏହି ଜଳବାୟୁ ପରିବର୍ତ୍ତନ ଏକ ସମୟରେ ହୁଏତ ଗୋଟିଏ ଜିଲା, ଦୁଇଟି ରାଜ୍ୟ, ତିନୋଟି ଦେଶ, ଚାରୋଟି ମହାଦେଶରେ ହୋଇପାରେ; ମାତ୍ର ସାରା ପୃଥିବୀରେ ଘଟି ନ ପାରେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ଥାନିକ (ସମୀମ/ଅସୀମ) କିମ୍ବା ଲୌକିକ ଘଟିଥିଲା। ପୁନଶ୍ଚ ବ୍ରିଟେନ, ୟୁରୋପ, ଉତ୍ତର ଆମେରିକା ଓ ଜାପାନରେ ୧୮୫୦-୧୯୩୦ ମଧ୍ୟରେ ୨ୟ ଶିଳ୍ପ ବିପ୍ଳବ ହୋଇଥିଲା। ପୁନଶ୍ଚ ବାତଚକ୍ରର ଇତିହାସକୁ ଅନୁଧ୍ୟାନ କଲେ ୧୬୪୩ରୁ ୧୮୫୧ ମଧ୍ୟରେ ଆମେରିକାରେ ବର୍ଷକୁ କଁା ଭଁା ଗୋଟିଏ ଲେଖାଏଁ ଟର୍ଣ୍ଣାଡ଼ୋ (ପ୍ରଳୟ) ଘଟୁଥିଲା, କିନ୍ତୁ ୧୯୨୧-୧୯୩୦ ଏବଂ ୨୦୦୦-୨୦୧୦ ମଧ୍ୟରେ ବର୍ଷକୁ ହାରାହାରି ଭାବରେ ଯଥାକ୍ରମେ ୧.୩ ଏବଂ ୭.୨ ଟର୍ଣ୍ଣାଡ଼ୋ ହୋଇଛି। ଅତୀତରେ ଭାରତରେ ବିଶେଷକରି ଉପକୂଳ ଅଞ୍ଚଳରେ ଝଡ଼ କିମ୍ବା ତୋଫାନ ଦୈବାତ୍‌ ଘଟୁଥିଲା। ସେତେବେଳେ ଲୋକମାନେ ଏହାକୁ ପ୍ରକୃତିର ମର୍ଜି ବୋଲି କହୁଥିଲେ।
ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ପରିଣାମ
ତାପମାତ୍ରାରେ ବୃଦ୍ଧି ଘଟିବ। ପ୍ରାଣୀ ବିଶେଷକରି ସରୀସୃପମାନଙ୍କର ଲିଙ୍ଗ ଅନୁପାତରେ ବିଷମତା ଘଟି ପ୍ରଜାତି ନିଶ୍ଚିହ୍ନ ହୋଇଯିବେ। ଉଦ୍ଭିଦମାନଙ୍କର ଋତୁକାଳୀନ ଚେହେରାରେ ପରିବର୍ତ୍ତନ ଆସିବ। ଅଙ୍ଗୀୟ ବୃଦ୍ଧି ସମୟରେ ହ୍ରାସ ଘଟି ହଠାତ୍‌ ପ୍ରଜନନ ପର୍ଯ୍ୟାୟ ଆସିବାରୁ ଉତ୍ପାଦନରେ ହ୍ରାସ ଘଟିବ। ଏହା ଦର୍ଶାଯାଉଅଛି ଯେ ଗ୍ରୀନ୍‌ଲ୍ୟାଣ୍ଡ୍‌ର ଗଚ୍ଛିତ ବରଫରାଶି ବାର୍ଷିକ ୨୮୦ ବିଲିୟନ ଟନ୍‌ ହାରରେ ତରଳୁଅଛି; ଫଳରେ ଆସନ୍ତା ଦଶନ୍ଧିରେ ସମୁଦ୍ର ଜଳ ପତ୍ତନ ୩.୨ ମିଟର ବୃଦ୍ଧି ପାଇବ। ସମୁଦ୍ର ଜଳ ଅଧିକ ଅମ୍ଳ ହେବ। ଅତଏବ ଜଳଚରମାନଙ୍କର ଖାଦ୍ୟ ଏବଂ ବାସସ୍ଥାନ ଆଶଙ୍କିତ ହେବ। ସ୍ଥଳରେ ଏବଂ ନଭଶ୍ଚର ଜୀବମାନଙ୍କର ଖାଦ୍ୟଶୃଙ୍ଖଳ ମଧ୍ୟ ପ୍ରଭାବିତ ହେବ। ଉଭୟ ଜଳମିତ୍ର ଉଦ୍ଭିଦ ଯଥା- ବିଲାତିଦଳ, ବ୍ରାହ୍ମୀ ଇତ୍ୟାଦି ଏବଂ ଜଳଅଇରୀ ଉଦ୍ଭିଦ ଯଥା- ସାରୁ, ପଦ୍ମ ଇତ୍ୟାଦି ଆଶଙ୍କିତ ହେବେ। ପ୍ରକ୍ରିୟାକରଣ ଖାଦ୍ୟ ଖାଉଥିବା ସଜୀବ ଅଧିକ ତିଷ୍ଠି ରହିବେ। ପର୍ବତ ଏବଂ ଉପକୂଳଠାରୁ ମାଳଭୂମି ମନୁଷ୍ୟ ପାଇଁ ନିରାପଦ ହେବ।
ଆମେ ବିବର୍ତ୍ତନତତ୍ତ୍ୱରେ ବିଶ୍ୱାସକରୁ; ସୃଷ୍ଟିତତ୍ତ୍ୱ, ବିଚାର ବାହାରେ ରହୁ। ବିବର୍ତ୍ତନରେ ଅନେକ ଜୀବ ପ୍ରଜାତି କାଳକ୍ରମେ ଧରାପୃଷ୍ଠରୁ ନିଶ୍ଚିହ୍ନ ହୋଇଛନ୍ତି, ହେଉଛନ୍ତି ମଧ୍ୟ (ଡାଏନୋସର, କଟକୀଧାନ ଇତ୍ୟାଦି) ଏବଂ ଅନେକ ବସ୍ତୁ/ପଦ୍ଧତି ଦୀର୍ଘ ସମୟ ଧରି ଅବ୍ୟବହୃତ ହୋଇପଡ଼ିଛନ୍ତି (ପରକଲମ, ଝରକଲମ, ଢିଙ୍କି, ଦାଉଁଶୀ, ବେଙ୍ଗଳା ଇତ୍ୟାଦି)। ଏହି ଧାରା ବହୁତ ମନ୍ଥର ଥିଲା ଏବଂ ସଜୀବ/ନିର୍ଜୀବଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ବୋଲି କହିପାରିବା। ବର୍ତ୍ତମାନ ମନୁଷ୍ୟର ହସ୍ତକ୍ଷେପ ଯୋଗୁ ଏହି ପରିବର୍ତ୍ତନ ଦ୍ରୁତଗତିରେ ଘଟୁଛି ଏବଂ ତାହାର ପରିଣାମକୁ ସମସ୍ତେ ସମ୍ମୁଖୀନ ହେଉଛନ୍ତି। ଏହି ପରିବର୍ତ୍ତନ କିମ୍ବା ବିବର୍ତ୍ତନ କିମ୍ବା ଜୈବ ହସ୍ତକ୍ଷେପଜନିତ ବିବର୍ତ୍ତନ କିମ୍ବା ମନୁଷ୍ୟକୃତ ବିବର୍ତ୍ତନ (କୃତ୍ରିମ ବିବର୍ତ୍ତନ); କ’ଣ କୁହାଯିବ? ଶ୍ରୀକୃଷ୍ଣଙ୍କର ଉନ୍ନତ ଶୌର୍ଜ୍ୟ ଯଦୁବଂଶ କାଦମ୍ବରୀ ପାନ କରି ଧ୍ୱଂସ ହେବା, ନେପୋଲିୟନ୍‌ଙ୍କର ୫,୮୦,୦୦୦ ସୈନ୍ୟ ରୁଷିଆର ଶୀତରେ ପ୍ରାଣ ହାରିବା, ପୃଥିବୀ ପୃଷ୍ଠରୁ ପ୍ରଗତି ନାମରେ ବନସ୍ପତିକୁ ଧ୍ୱଂସ କରିବା କ’ଣ ସମାନ କଥା? ପ୍ରଥମରେ କର୍ତ୍ତା ଜ୍ଞାତ ଥିଲେ, ୨ୟରେ କର୍ତ୍ତା ଅଜ୍ଞାତ ଥିଲେ, ୩ୟରେ ସାମ୍ୟବାଦ/ ସମାଜବାଦ/ପୁଞ୍ଜିବାଦ/ଏକଚ୍ଛତ୍ରବାଦ ଇତ୍ୟାଦି ଜ୍ଞାତ ହୋଇ ମଧ୍ୟ ଅଜ୍ଞାତ ରହୁଛନ୍ତି। ଉଦ୍ଭିଦ ବାୟୁମଣ୍ଡଳରୁ ବାର୍ଷିକ ୩୬୭ ଗିଗାଟନ୍‌ (ମତାନ୍ତରରେ ୪୩୯ ଗିଗାଟନ୍‌) ଅଙ୍ଗାରକାମ୍ଳ ଗ୍ରହଣ କରି, ସମତୁଲ ମାତ୍ରାରେ ଖାଦ୍ୟ, ତନ୍ତୁ ଏବଂ ଅମ୍ଳଜାନ ଦେଇଥାଏ। ଏହା ସତ୍ୟ ଯେ, ଦିନକୁ ଦିନ କଳକାରଖାନା, ମୋଟରଯାନ ଇତ୍ୟାଦିରୁ ଅଙ୍ଗାରକାମ୍ଳ ଗ୍ୟାସ୍‌ର ନିର୍ଗମନ ବଢ଼ିବଢ଼ି ଚାଲିଛି। ଅନ୍ୟପକ୍ଷରେ ବୃକ୍ଷଲତା ସଂଖ୍ୟା ହ୍ରାସ ପାଉଛି। ଫଳରେ ବାୟୁମଣ୍ଡଳରେ ବୃଦ୍ଧିପାଉଥିବା ଅଙ୍ଗାରକାମ୍ଳ ଗ୍ୟାସ୍‌ (ଉଦାହରଣ ସ୍ବରୂପ ୦.୦୪୦%ରୁ ୦.୦୪୫% ବୃଦ୍ଧି, ଅର୍ଥାତ୍‌ ୪୦୦ ପିପିଏମ୍‌ରୁ ୪୫୦ ପିପିଏମ୍‌କୁ ବୃଦ୍ଧି) ବିଶ୍ୱ ତାପମାତ୍ରା ତଥା ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ହୋଇଅଛି। ତେଣୁ ନୀତି ପ୍ରଣୟନକାରୀମାନେ ପରମାଣୁ ଅସ୍ତ୍ର ନିରସ୍ତ୍ରୀକରଣ ସନ୍ଧି ପରି ପ୍ରଥମେ ରାଜିହୋଇ କାର୍ବନ ଛାଡ଼ୁଥିବା ୟୁନିଟ୍‌ଗୁଡ଼ିକର ସଂଖ୍ୟାରେ କାଟ୍‌ଛାଣ୍ଟ କରି ବହୁଳମାତ୍ରାରେ ବୃକ୍ଷରୋପଣ ପାଇଁ ନିଷ୍ପତ୍ତି ନେବେ। ଦ୍ରୁତ ବୃଦ୍ଧି (ଗ୍ରୋଥ୍‌ ରିଙ୍ଗର ମୋଟେଇ ୫-୨୫ ମିମି) ତଥା ବହୁମୁଖୀ ପ୍ରତ୍ୟକ୍ଷ ଉପଯୋଗିତା ସହିତ ଧାର୍ଯ୍ୟ ଅମଳ ସମୟ ବୃକ୍ଷ ପ୍ରଜାତିକୁ ସହଜଗମ୍ୟ ସମସ୍ତ ପତିତ ଜମିରେ ଏବଂ ମନ୍ଥରବୃଦ୍ଧି (ଗ୍ରୋଥ୍‌ରିଙ୍ଗ୍‌ର ମୋଟେଇ ପ୍ରାୟ ୧ ମିମି) ତଥା ପରୋକ୍ଷ ଉପକାର ଦେଉଥିବା ସହିତ ଦୀର୍ଘଜାବୀ ବୃକ୍ଷ ପ୍ରଜାତିକୁ ଅଗମ୍ୟ ପତିତ ଜମିରେ ରୋପଣ କରାଯିବ। ଉତ୍ତରଦାୟିତ୍ୱ ଧାର୍ଯ୍ୟ ହେବା ଉଚିତ ମଧ୍ୟ।  (ଶେଷ ଭାଗ)

ମନୋରଞ୍ଜନ ମହାନ୍ତି
-ବୈଜ୍ଞାନିକ ,କୃଷିବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ (ଓୟୁଏଟି), ମହିଷାପାଟ
ମୋ : ୯୪୩୭୬୭୧୪୦୨


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri