Posted inଜାତୀୟ

ଜଳପଥରେ ଜେଇଏମ୍‌ର ଆକ୍ରମଣ ଯୋଜନା

ପୁଣେ,୨୭ା୮(ପି.ଟି.): ସୀମାନ୍ତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ଅନୁପ୍ରବେଶ କରି ନ ପାରି ପାକିସ୍ତାନୀ ଆତଙ୍କବାଦୀମାନେ ଏବେ ବିକଳ୍ପ ସନ୍ଧାନରେ ଅଛନ୍ତି। ପାକ୍‌ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଜଳପଥରେ ଆସି ଭାରତରେ ଆକ୍ରମଣ କରିପାରେ ବୋଲି ଗୋଇନ୍ଦା ସୂଚନା ମିଳିଛି। ତେବେ ଜଳପଥରେ କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତୀୟ ନୌସେନା ପୂରା ଦମ୍‌ରେ ପ୍ରସ୍ତୁତ ରହିଛି ବୋଲି ଏହାର ମୁଖ୍ୟ ଆଡମିରାଲ କରମବୀର ସିଂ ସୋମବାର କହିଛନ୍ତି।
ସୂଚନା ଅନୁଯାୟୀ, ଜେଇଏମ୍‌ର ଅଣ୍ଡରଓ୍ବାଟର ଶାଖା ଜଳପଥରେ ଆକ୍ରମଣ ପାଇଁ କିଛି ଯୁବକଙ୍କୁ ତାଲିମ ଦେଉଛି। ତେବେ ସେମାନଙ୍କ ଲକ୍ଷ୍ୟ ପୂରଣ ହେବାକୁ ଦିଆଯିବ ନାହିଁ ବୋଲି ନୌସେନା ମୁଖ୍ୟ କହିଛନ୍ତି। ଏଥିପାଇଁ ନୌସେନା ଓ ତଟସୁରକ୍ଷା ବାହିନୀର ଯବାନମାନେ ସଜାଗ ଅଛନ୍ତି। ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରିବାକୁ କଦାପି ସୁଯୋଗ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଖବରଦାତାମାନଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ ଆଡମିରାଲ ସିଂ କହିଥିଲେ, ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ବଦଳୁଛି। ସେଥିପାଇଁ ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ଆଶଙ୍କା ରହିଛି। ହେଲେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ତଟସୁରକ୍ଷା ଉପରେ ନୌସେନା ତୀକ୍ଷ୍ଣ ନଜର ରଖିଛି। ତଟସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯାଇଛି ବୋଲି ଆଡମିରାଲ ସିଂ କହିଛନ୍ତି।
ଦେଶ ଭିତରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କ ଦ୍ୱାରା ମୁମ୍ବାଇ ଭଳି ଆକ୍ରମଣ ଯୋଜନା ପାକ୍‌ ଆତଙ୍କବାଦୀ ସଂଗଠନଗୁଡିକ କରୁଥିବା ଦୁଇ ସପ୍ତାହ ପୂର୍ବରୁ ଗୋଇନ୍ଦା ସୂଚନା ମିଳିଥିଲା। ଏଥିସହିତ ସମୁଦ୍ର ପଥରେ ଆତଙ୍କବାଦୀ ସେମାନଙ୍କ ସହ ସାମିଲ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲା। ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ଆରବ ସାଗରରେ ବୋଟରେ ଆସି ଭାରତରେ ପ୍ରବେଶ କରିବା ସମ୍ଭବ ହେବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। ଏହା ସତ୍ତ୍ୱେ ସମସ୍ତ ନାଭାଲ ବେସ୍‌କୁ ସଜାଗ ରହିବା ଲାଗି କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏଲ୍‌ଓସିରେ ସକ୍ରିୟ ଥିବା ଆତଙ୍କବାଦୀମାନେ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ଅନ୍ୟତ୍ର ପଳାୟନ କରିଥିଲେ। ଜେଇଏମ୍‌ ଆତଙ୍କବାଦୀମାନେ ବାଲାକୋଟ ଆକ୍ରମଣର ପ୍ରତିଶୋଧ ନେବା ଲାଗି ପ୍ରସ୍ତୁତ ହେଉଛନ୍ତି। ସେମାନେ ଜୈଶ୍‌ ମୁଖ୍ୟ ମୌଲାନା ମାସୁଦ ଆଝାରଙ୍କ ସାନଭାଇ ରୌଫ୍‌ ଅଜଘରଙ୍କୁ ପିଓକେକୁ ଆକ୍ରମଣ ଯୋଜନା ତଦାରଖ କରିବା ପାଇଁ ପଠାଇଥିବା ମଧ୍ୟ ସୂଚନା ମିଳିଥିଲା। ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ମାନ୍ୟତା ହଟିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେବା ପରେ ପାକିସ୍ତାନ ରକ୍ତଚାଉଳ ଚୋବାଉଛି। ଆତଙ୍କବାଦୀଙ୍କୁ ଭାରତରେ ପୂରାଇ ଅସ୍ଥିରତା ସୃଷ୍ଟି କରିବା ପାଇଁ ଇସ୍‌ଲାମାବାଦ ଉଦ୍ୟମ ଚଳାଇଥିବା ମଧ୍ୟ ଜଣାପଡିଛି। କଶ୍ମୀର ପ୍ରସଙ୍ଗରେ କୂଟନୈତିକ ସ୍ତରରେ ବିଫଳ ହେବା ପରେ ପାକିସ୍ତାନ ଯେକୌଣସି ସ୍ତରକୁ ଯାଇପାରେ ବୋଲି ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri