ରେଳ, ଟେଲିକମ୍‌, ବ୍ୟାଙ୍କିଙ୍ଗ ସୁବିଧା ଦିଅ: ନବୀନ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟର ମାଓବାଦୀ ପ୍ରଭାବିତ ଜିଲାଗୁଡିକରେ ପର୍ଯ୍ୟାପ୍ତ ରେଳ, ଟେଲି ଯୋଗାଯୋଗ ଏବଂ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଉ। ସୋମବାର ନୂଆଦିଲ୍ଲୀଠାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓବାଦୀପ୍ରବଣ ରାଜ୍ୟଗୁଡିକୁ ନେଇ ଅନୁଷ୍ଠିତ ଆନ୍ତଃରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି କରିଛନ୍ତି। ମାଓବାଦୀପ୍ରବଣ ଅଞ୍ଚଳରେ ତୁରନ୍ତ ୮୬୬ଟି ମୋବାଇଲ ଟାଓ୍ବାର ବସାଇବା ସହ ଗୋଟିଏ ସ୍ବତନ୍ତ୍ର ହେଲିକପ୍ଟର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ରେଳ ପ୍ରକଳ୍ପ ଆସନ୍ତା ୩୬ ମାସ ମଧ୍ୟରେ କାର୍ଯ୍ୟକାରୀ କରିହେବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବା ସହ ପ୍ରକଳ୍ପର ଖର୍ଚ୍ଚରେ ମଧ୍ୟ ଭାଗିଦାର ହେବେ। ଏଥିସହିତ ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ସକାଶେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ (ଏସଆରଇ) ଯୋଜନାରେ ବାକି ଥିବା ୨୨୭ କୋଟି ଟଙ୍କା ପ୍ରଦାନ କରିବା ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ନିଯୁକ୍ତି ବାବଦ ଖର୍ଚ୍ଚକୁ ଛାଡ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।
ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଓବାଦୀ ସମଗ୍ର ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ବଡ ସମସ୍ୟା ସୃଷ୍ଟି କରିଛି। ଏହାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଦୃଢତାର ସହ ମୁକାବିଲା କରିବାକୁ ପଡିବ। ଗତ ୩ ଦଶନ୍ଧି ଧରି ଓଡିଶା ବାମପନ୍ଥୀ ମାଓବାଦୀ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ଆସିଛି। ରାଜ୍ୟ ସରକାରଙ୍କ ଆବଶ୍ୟକ ସୁରକ୍ଷା ପଦକ୍ଷେପ, ବିକାଶ ଏବଂ ବିଶ୍ୱାସମୂଳକ ପଦକ୍ଷେପ ଯୋଗୁ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ଦିଗରେ ଯଥେଷ୍ଟ ଉନ୍ନତି ଘଟିଛି। ୨୦୧୮ ଏବଂ ୨୦୧୯ ଅଗଷ୍ଟ ୧୫ ମଧ୍ୟରେ ପୋଲିସ ଗୁଳିରେ ୨୬ ଜଣ କୁଖ୍ୟାତ ମାଓବାଦୀ କ୍ୟାଡରଙ୍କର ମୃତ୍ୟୁ ହୋଇଥିବା ବେଳେ ୮୫ ଜଣ ଗିରଫ ହୋଇଛନ୍ତି ଓ ୩୫ଜଣ ଆତ୍ମସମର୍ପଣ କରିଛନ୍ତି। ଲୋକମାନଙ୍କର ସମର୍ଥନ ନ ମିଳିବା ଯୋଗୁ ସ୍ଥାନୀୟ ମାଓବାଦୀ କ୍ୟାଡର ନିଯୁକ୍ତି ସମ୍ଭବ ହୋଇପାରୁ ନାହିଁ। ଏଥିଯୋଗୁ ମାଓବାଦୀ କ୍ୟାଡର ଗଠନ ରାଜ୍ୟରେ ବହୁମାତ୍ରାରେ ହ୍ରାସ ପାଇଛି। ମାଓବାଦୀପ୍ରବଣ ଜିଲାଗୁଡିକରେ ୧୦୦ ପ୍ରତିଶତ ଜନମଙ୍ଗଳକାରୀ ଯୋଜନା ଯଥା ବିଦ୍ୟୁତୀକରଣ, ସ୍ବାସ୍ଥ୍ୟ ଓ ଶିକ୍ଷା ସୁବିଧା ପହଞ୍ଚାଇବାରେ ସମସ୍ୟା ସୃଷ୍ଟି ହେଉଛି। ତେବେ ନିୟମିତ ଯୋଜନାଗୁଡିକର କାର୍ଯ୍ୟକାରିତାକୁ ତଦାରଖ କରାଯାଉଥିବାରୁ ଆଦିବାସୀ ଅଞ୍ଚଳରେ ଯଥେଷ୍ଟ ମାନବ ସମ୍ବଳ ବୃଦ୍ଧି ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଭାଗ ଦୁର୍ଗମ ଅଞ୍ଚଳ ସତ୍ତ୍ୱେ ରାଜ୍ୟ ସରକାର ନିଯୁକ୍ତି, ବାସଗୃହ ଯୋଗାଇବା, ରାସ୍ତା ଓ ପୋଲ ସଂଯୋଗୀକରଣ ସଫଳତାର ସହ କରାଇ ପାରିଛନ୍ତି । କେନ୍ଦ୍ର ଓ ପଡୋଶୀ ରାଜ୍ୟ ସହଯୋଗରେ ରାଜ୍ୟ ସରକାର ମାଓବାଦୀ ସମସ୍ୟାକୁ ଦୃଢହସ୍ତରେ ଦମନ କରିବାରେ ସମର୍ଥ ହୋଇଛନ୍ତି। ଗୋଇନ୍ଦା ସୂଚନା ଆଧାରରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ସ୍ବତନ୍ତ୍ର ପୋଲିସ ଫୋର୍ସ ଦ୍ୱାରା ମାଓବାଦୀ ପ୍ରବଣ ଅଞ୍ଚଳ, ଆନ୍ତଃରାଜ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାଲକାନଗିରି ଜିଲାର ବିଚ୍ଛିନ୍ନ ଅଞ୍ଚଳକୁ ସଂଯୋଗ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇପାରିଛି । ଯାହାକି ଏବେ ସ୍ବାଭିମାନ ଅଞ୍ଚଳ ବୋଲି କୁହାଯାଉଛି। ଏହାଛଡା ରାଜ୍ୟ ସରକାର ମାଓବାଦୀ ଅଞ୍ଚଳରେ ସ୍ବତନ୍ତ୍ର ପ୍ୟାକେଜ ଭାବେ ଶିକ୍ଷା, ଯୋଗାଯୋଗ, ବିଦ୍ୟୁତୀକରଣ ଇତ୍ୟାଦିକୁ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ବାହାରୁ ଆସୁଥିବା ମାଓବାଦୀଙ୍କୁ ପ୍ରତିହତ କରିବା ସକାଶେ ଦୁଇଟି ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ କାର୍ଯ୍ୟରେ ଲଗାଯାଇଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାକୁ କଡାକଡି କରିବା ସହ ସର୍ବାଙ୍ଗୀନ ବିକାଶ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏ ଦିଗରେ କେନ୍ଦ୍ର ସରକାର ସହଯୋଗ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri