ରେଳ, ଟେଲିକମ୍‌, ବ୍ୟାଙ୍କିଙ୍ଗ ସୁବିଧା ଦିଅ: ନବୀନ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟର ମାଓବାଦୀ ପ୍ରଭାବିତ ଜିଲାଗୁଡିକରେ ପର୍ଯ୍ୟାପ୍ତ ରେଳ, ଟେଲି ଯୋଗାଯୋଗ ଏବଂ ବ୍ୟାଙ୍କ ସୁବିଧା ଯୋଗାଇ ଦିଆଯାଉ। ସୋମବାର ନୂଆଦିଲ୍ଲୀଠାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମାଓବାଦୀପ୍ରବଣ ରାଜ୍ୟଗୁଡିକୁ ନେଇ ଅନୁଷ୍ଠିତ ଆନ୍ତଃରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି କରିଛନ୍ତି। ମାଓବାଦୀପ୍ରବଣ ଅଞ୍ଚଳରେ ତୁରନ୍ତ ୮୬୬ଟି ମୋବାଇଲ ଟାଓ୍ବାର ବସାଇବା ସହ ଗୋଟିଏ ସ୍ବତନ୍ତ୍ର ହେଲିକପ୍ଟର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ରେଳ ପ୍ରକଳ୍ପ ଆସନ୍ତା ୩୬ ମାସ ମଧ୍ୟରେ କାର୍ଯ୍ୟକାରୀ କରିହେବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବା ସହ ପ୍ରକଳ୍ପର ଖର୍ଚ୍ଚରେ ମଧ୍ୟ ଭାଗିଦାର ହେବେ। ଏଥିସହିତ ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ସକାଶେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ (ଏସଆରଇ) ଯୋଜନାରେ ବାକି ଥିବା ୨୨୭ କୋଟି ଟଙ୍କା ପ୍ରଦାନ କରିବା ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ନିଯୁକ୍ତି ବାବଦ ଖର୍ଚ୍ଚକୁ ଛାଡ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।
ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଓବାଦୀ ସମଗ୍ର ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ବଡ ସମସ୍ୟା ସୃଷ୍ଟି କରିଛି। ଏହାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଦୃଢତାର ସହ ମୁକାବିଲା କରିବାକୁ ପଡିବ। ଗତ ୩ ଦଶନ୍ଧି ଧରି ଓଡିଶା ବାମପନ୍ଥୀ ମାଓବାଦୀ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇ ଆସିଛି। ରାଜ୍ୟ ସରକାରଙ୍କ ଆବଶ୍ୟକ ସୁରକ୍ଷା ପଦକ୍ଷେପ, ବିକାଶ ଏବଂ ବିଶ୍ୱାସମୂଳକ ପଦକ୍ଷେପ ଯୋଗୁ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ଦିଗରେ ଯଥେଷ୍ଟ ଉନ୍ନତି ଘଟିଛି। ୨୦୧୮ ଏବଂ ୨୦୧୯ ଅଗଷ୍ଟ ୧୫ ମଧ୍ୟରେ ପୋଲିସ ଗୁଳିରେ ୨୬ ଜଣ କୁଖ୍ୟାତ ମାଓବାଦୀ କ୍ୟାଡରଙ୍କର ମୃତ୍ୟୁ ହୋଇଥିବା ବେଳେ ୮୫ ଜଣ ଗିରଫ ହୋଇଛନ୍ତି ଓ ୩୫ଜଣ ଆତ୍ମସମର୍ପଣ କରିଛନ୍ତି। ଲୋକମାନଙ୍କର ସମର୍ଥନ ନ ମିଳିବା ଯୋଗୁ ସ୍ଥାନୀୟ ମାଓବାଦୀ କ୍ୟାଡର ନିଯୁକ୍ତି ସମ୍ଭବ ହୋଇପାରୁ ନାହିଁ। ଏଥିଯୋଗୁ ମାଓବାଦୀ କ୍ୟାଡର ଗଠନ ରାଜ୍ୟରେ ବହୁମାତ୍ରାରେ ହ୍ରାସ ପାଇଛି। ମାଓବାଦୀପ୍ରବଣ ଜିଲାଗୁଡିକରେ ୧୦୦ ପ୍ରତିଶତ ଜନମଙ୍ଗଳକାରୀ ଯୋଜନା ଯଥା ବିଦ୍ୟୁତୀକରଣ, ସ୍ବାସ୍ଥ୍ୟ ଓ ଶିକ୍ଷା ସୁବିଧା ପହଞ୍ଚାଇବାରେ ସମସ୍ୟା ସୃଷ୍ଟି ହେଉଛି। ତେବେ ନିୟମିତ ଯୋଜନାଗୁଡିକର କାର୍ଯ୍ୟକାରିତାକୁ ତଦାରଖ କରାଯାଉଥିବାରୁ ଆଦିବାସୀ ଅଞ୍ଚଳରେ ଯଥେଷ୍ଟ ମାନବ ସମ୍ବଳ ବୃଦ୍ଧି ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଭାଗ ଦୁର୍ଗମ ଅଞ୍ଚଳ ସତ୍ତ୍ୱେ ରାଜ୍ୟ ସରକାର ନିଯୁକ୍ତି, ବାସଗୃହ ଯୋଗାଇବା, ରାସ୍ତା ଓ ପୋଲ ସଂଯୋଗୀକରଣ ସଫଳତାର ସହ କରାଇ ପାରିଛନ୍ତି । କେନ୍ଦ୍ର ଓ ପଡୋଶୀ ରାଜ୍ୟ ସହଯୋଗରେ ରାଜ୍ୟ ସରକାର ମାଓବାଦୀ ସମସ୍ୟାକୁ ଦୃଢହସ୍ତରେ ଦମନ କରିବାରେ ସମର୍ଥ ହୋଇଛନ୍ତି। ଗୋଇନ୍ଦା ସୂଚନା ଆଧାରରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ସ୍ବତନ୍ତ୍ର ପୋଲିସ ଫୋର୍ସ ଦ୍ୱାରା ମାଓବାଦୀ ପ୍ରବଣ ଅଞ୍ଚଳ, ଆନ୍ତଃରାଜ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମାଲକାନଗିରି ଜିଲାର ବିଚ୍ଛିନ୍ନ ଅଞ୍ଚଳକୁ ସଂଯୋଗ ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇପାରିଛି । ଯାହାକି ଏବେ ସ୍ବାଭିମାନ ଅଞ୍ଚଳ ବୋଲି କୁହାଯାଉଛି। ଏହାଛଡା ରାଜ୍ୟ ସରକାର ମାଓବାଦୀ ଅଞ୍ଚଳରେ ସ୍ବତନ୍ତ୍ର ପ୍ୟାକେଜ ଭାବେ ଶିକ୍ଷା, ଯୋଗାଯୋଗ, ବିଦ୍ୟୁତୀକରଣ ଇତ୍ୟାଦିକୁ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ବାହାରୁ ଆସୁଥିବା ମାଓବାଦୀଙ୍କୁ ପ୍ରତିହତ କରିବା ସକାଶେ ଦୁଇଟି ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ କାର୍ଯ୍ୟରେ ଲଗାଯାଇଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାକୁ କଡାକଡି କରିବା ସହ ସର୍ବାଙ୍ଗୀନ ବିକାଶ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏ ଦିଗରେ କେନ୍ଦ୍ର ସରକାର ସହଯୋଗ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏବଂ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?