ଜଳଖିଆ ଦୋକାନ ଜଳିଗଲା

ବ୍ରହ୍ମପୁର ଅଫିସ,୧୯ା୪- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକରେ ଥିବା ବାବୁ ଟିଫିନ୍‌ ସେଣ୍ଟରରେ ରବିବାର ରାତି ପ୍ରାୟ ସାଢେ ୮ଟାବେଳେ ଅଗ୍ନିକାଣ୍ଡ ଘଟିଛି। ବ୍ରହ୍ମପୁର ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ଲକ୍‌ଡାଉନ୍‌ ପାଇଁ ଦୋକାନ ବନ୍ଦ ଥିବାବେଳେ ଦୋକାନରେ ଥିବା ବହୁ ଜଳଖିଆ ପ୍ରସ୍ତୁତ ସାମଗ୍ରୀ, ବାସନ ଆଦି ପୋଡି ଯାଇଥିଲା। ଟିଫିନ୍‌ ସେଣ୍ଟରକୁ ଲାଗିଥିବା ଏକ କ୍ୟାବିନ୍‌ ମଧ୍ୟ ଆଶିଂକ ପୋଡିଯାଇଛି। ଟିଫିନ୍‌ ସେଣ୍ଟର ମାଲିକ ପୁରୀ ଅଞ୍ଚଳର ହୋଇଥିବାବେଳେ କେହି ଦୁର୍ବୃତ୍ତ କ୍ୟାବିନରେ ନିଅଁା ଲଗାଇଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ସୂଚନା ଦେଇଛନ୍ତି।