ଜଳଖିଆ ଦୋକାନରୁ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଜଗତ୍‌ସିଂହପୁର ଅଫିସ,୨୩।୨: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଢିଅସାହି ବଜାର ଓ ସ୍ଥାନୀୟ ଗାନ୍ଧୀଛକସ୍ଥିତ ଏକ ହୋଟେଲରେ ରବିବାର ଅଗ୍ନିକାଣ୍ଡ ଘଟିଛି। ସିଙ୍ଗିପୁରର ବାବନ ସାହୁଙ୍କ ଜଳଖିଆ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ଗ୍ୟାସ ଟାଙ୍କିକୁ ଧରିଥିଲା ପରେ ଟାଙ୍କି ଫାଟି ଚାରିଆଡକୁ ବ୍ୟାପିଥିଲା।