ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.) – ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ପାପରମେଟେଲା ପଞ୍ଚାୟତର ଗନ୍ଧିଗୁଡା ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି। ଯନ୍ତାପାଇଠାରୁ ୧୫ କିମି ଦୂରରେ ଥିବା ଏହି ଗ୍ରାମରେ ୪୫ଟି ପରିବାର ବସବାସ କରନ୍ତି। ପ୍ରତ୍ୟହ ୨୫୦ରୁ ଊର୍ଦ୍ଧ୍ୱ ଲୋକ ଜଳକଷ୍ଟ ଭୋଗୁଥିବା ଦେଖିବାକୁ ମିଳୁଛି। ଖରାଦିନ ଆରମ୍ଭ ନ ହେଉଣୁ ଗ୍ରାମବାସୀଙ୍କ ଏପରି ଅବସ୍ଥା ହେଲାଣି, ଖରାଦିନ ହେଲେ ଅବସ୍ଥା ଆହୁରି ଜଟିଳ ହୋଇପଡିବ ଏଥିରେ ସନ୍ଦେହ ନାହିଁ। ଗ୍ରାମରେ ଗୋଟିଏ ମାତ୍ର କୂଅ ରହିଛି। ନଳକୂପ ଆଦୌ ନାହିଁ । କୂଅରୁ ବର୍ଷର ଅନ୍ୟ ସମୟରେ ଅଳ୍ପ ପାଣି ମିଳିଥାଏ, ମାତ୍ର ଖରାଦିନେ ପାଣି ଶୁଖିଯାଏ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗ୍ରାମଠାରୁ ବହୁ ଦୂରରେ ଥିବା ଏକ ନଦୀରୁ ଗ୍ରାମବାସୀ ପାନୀୟ ଜଳ ସଂଗ୍ରହ କରି ଆଣିଥାନ୍ତି। ଏହାକୁ ସେମାନେ ପାନୀୟ ଜଳ ସହ ନିତ୍ୟ ବ୍ୟବହାର କାର୍ଯ୍ୟରେ ଲଗାଇ ଚଳିଥାନ୍ତି। ଏନେଇ ଗ୍ରାମବାସୀ ବହୁଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେ ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ଗ୍ରାମର ପାନୀୟ ଜଳ ସମସ୍ୟା ଦୂର କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଆଜି ସେଠାକାର କିଛି ଗ୍ରାମବାସୀ ଚିତ୍ରକୋଣ୍ଡାକୁ ବିଧାୟକ ଆସୁଥିବା ଖବର ଶୁଣି ଚିତ୍ରକୋଣ୍ଡା ବ୍ଲକ ନିକଟରେ ଦରଖାସ୍ତ ଧରି ଜଗି ରହିଥିଲେ ତାଙ୍କର ସମସ୍ୟା ଜଣାଇବା ପାଇଁ ା ଅବିଳମ୍ବେ ଜିଲା ପ୍ରଶାସନ ଉକ୍ତ ଜନସାଧାରଣଙ୍କ ପାଇଁ ପାନୀୟ ଜଳର ସୁବିଧା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ା
Posted inମାଲକାନଗିରି View All
ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା
ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍ଭି...
ପୋଡ଼ାଜଳା ପରେ ଏମ୍ଭି-୨୬ ଗାଁ ଛାଡୁଛନ୍ତି ଲୋକେ
ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍ଭି...
ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା
ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...
ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…
ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...
ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ
କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର...
ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ
ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ...
ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ
ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ...
ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍: ନିଜେ ଚାଲିଗଲେ, ହେଲେ…
ପଟାଙ୍ଗି,୨୦।୧୧(ଶରତ କୁମାର ଧଳ): ମଲାକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ବସ୍ରେ ଡ୍ରାଇଭରଙ୍କୁ ହାର୍ଟଆଟାକ୍ ଆସିଥିଲା। ସେ ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ...
Archives


