ଜଲ୍‌ଦି ବାହାଘର ଗୁଜବକୁ ଅସ୍ବୀକାର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଥିବା ବିଷୟକୁ ଆଲିଆଙ୍କ ପରିବାର ପକ୍ଷରୁ ଅସ୍ବୀକାର କରାଯାଇଛି। ଆଲିଆ ବିଶିଷ୍ଟ ଫେଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କୁ ବିବାହ ଲେହେଙ୍ଗା ପାଇଁ ଅର୍ଡର ଦେଇଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଲିଆଙ୍କ ପରିବାର ପକ୍ଷରୁ ଏପରି ସ୍ପଷ୍ଟୀକରଣ ଦିଆଯାଇଛି। ଅବଶ୍ୟ ମୁମ୍ବାଇସ୍ଥିତ ଉକ୍ତ ଡିଜାଇନରଙ୍କ ଷ୍ଟୋର ବାହାରେ ଆଲିଆ ଛିଡା ହୋଇଥିବାର ଗଣମାଧ୍ୟମ ପ୍ରତିନିଧି ଦେଖିବାକୁ ପାଇଥିଲେ। ଶୁକ୍ରବାର ଆଲିଆଙ୍କ ପ୍ରଯୋଜକ ଅଙ୍କଲ୍‌ ମୁକେଶ ଭଟ୍ଟ ଏଭଳି ଜଲ୍‌ଦି ବିବାହ ଗୁଜବକୁ ଅସ୍ବୀକାର କରିବା ସହିତ କିଏ ଏହା ପ୍ରସାର କଲା ବୋଲି ପ୍ରଶ୍ନ କରିଛନ୍ତି। ଆଲିଆଙ୍କ ଭାଇ ରାହୁଲ ଭଟ୍ଟ ମଧ୍ୟ ଉକ୍ତ ଖବରକୁ ଅପପ୍ରଚାର ବୋଲି କହିଛନ୍ତି। ଅବଶ୍ୟ ରଣବୀର-ଆଲିଆ ଯୋଡିକୁ ସେ ପସନ୍ଦ କରିିଛନ୍ତି।
ଏବଂ ଆଲିଆ ଡେଟିଂ କରୁଥିବା ରିପୋର୍ଟ ଗତବର୍ଷ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାପରଠୁ ସେମାନଙ୍କୁ ଅନେକ ଥର ଏକତ୍ର ଦେଖିବାକୁ ମିଳିଛି। ପୁରସ୍କାର ବିତରଣୀ ଉତ୍ସବ ହେଉ ଅଥବା ଶପିଂ କରିବା ପାଇଁ ନ୍ୟୁୟର୍କ ଷ୍ଟ୍ରିଟ୍‌ରେ ଯାଉଥିବାବେଳେ ଉଭୟ ହାତ ଧରାଧରି ହୋଇ ଚାଲୁଥିବା ଦେଖାଯାଇଛି। ଚଳିତବର୍ଷ ସେମାନଙ୍କ ସମ୍ପର୍କ ବିଷୟ ‘କଫି ଓ୍ବିଥ୍‌ କରନ୍‌’ରେ ଆଲିଆ ପ୍ରକାଶ କରିଛନ୍ତି। ୬୪ତମ ଫିଲ୍ମଫେୟାର ଆଓ୍ବାର୍ଡରେ ଆଲିଆ ରଣବୀରଙ୍କୁ କିସ୍‌ ଦେଇ ‘ଆଇ ଲଭ୍‌ ୟୁ’ କହିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଦେଖିବା ପରେ ପ୍ରଶଂସକମାନେ ଖୁବ୍‌ ଉତ୍ସାହିତ ହୋଇପଡିଥିଲେ। ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଉଭୟଙ୍କୁ ଦେଖିବାକୁ ମିଳିବ।

Share