Categories: ଖେଳ

ଜର୍ସି ଯୋଗୁ ଭାରତ ହାରିଲା: ମେହବୁବା ମୁଫତି

ଶ୍ରୀନଗର, ୧।୭:ଆଇସିସି ବିଶ୍ୱକପରେ ଭାରତର ବିଜୟ ରଥକୁ ରୋକିବାରେ ସମର୍ଥ ହୋଇଛି ଆୟୋଜକ ଇଂଲଣ୍ଡ। ରବିବାର ବର୍ମିଂହାମରେ ଖେଳାଯାଇଥିବା ଏକ ମ୍ୟାଚ୍‌ ଭାରତକୁ ୩୧ରନରେ ପରାସ୍ତ କରି ଘରୋଇ ଦଳ ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ କରିଛି। ଭାରତ ପରାସ୍ତ ହେବା ପରେ ବିଭିନ୍ନ ଆଡୁ ଦଳକୁ ସମାଲେଚନା କରାଯାଇଛି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭାରତର ପରାଜୟ ପାଇଁ ଜର୍ସକୁ ଦାୟୀ କରିଛନ୍ତି। ମୋର ଏହା ଅନ୍ଧବିଶ୍ୱାସ ହୋଇଥାଇପାରେ, କିନ୍ତୁ କମଳା ଏବଂ ବ୍ଲୁ ରଙ୍ଗ ମିଶା ଜର୍ସି କାରଣରୁ ଭାରତ ଇଂଲଣ୍ଡଠାରୁ ହାରିଲା ବୋଲି ସେ ମତ ଦେଇଛନ୍ତି।

Share