ଜରିମାନା ଆଦାୟ ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ

ବାହାନଗା, ୧୨ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ସୋମବାର ନିୟମ ଊଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ବେଳେ ଜଣେ ଅମାନିଆ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ତହସିଲଦାରଙ୍କ ଡ୍ରାଇଭରଙ୍କୁ ଟେକି ନେଇ ଯୁବକଜଣକ ହଡରଘଣାରେ ପଡିଥିଲେ। ଜରିମାନା ଓ ଭୁଲ ମାଗିବା ପରେ ସନ୍ଧ୍ୟାରେ ତହସିଲଦାରଙ୍କ ମାନବିକତା ପାଇଁ ଥାନାରୁ ଛାଡ ପାଇଥିଲେ ା
ସାରା ଦେଶରେ କୋଭିଡି-୧୯ ନିମନ୍ତେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସରକାରଙ୍କ ନିଷ୍ପତ୍ତି ଯୋଗୁ ନିର୍ଦ୍ଦିଷ୍ଟ କିଛି ଦୋକାନ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲାଯାଉଛି। କାମ ନ ଥିଲେ ବଜାରକୁ ଆସିବା ମନା, ମୋଟରସାଇକେଲ ଯୋଗେ ଦୁଇଜଣ ବସି ବଜାରକୁ ଆସିପାରିବେ ନାହିଁ, ମୁହଁରେ ମାକ୍ସ ନ ଲଗାଇ ବାହାରକୁ ଆସିଲେ ଜରିମାନା ଦେବାକୁ ପଡିବ ବୋଲି ପ୍ରଶାସନ କଟକଣା ଜାରି କରିଛି ା ତେବେ ବାହାନଗା ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ଲୋକମାନେ ନିୟମ ଊଲ୍ଲଘଂନ କରି ବଜାରରେ ବୁଲାବୁଲି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାହାନଗା ତହସିଲ ପକ୍ଷରୁ ରବିବାରଠାରୁ ଅମାନିଆଙ୍କ ପାଇଁ ଯାଞ୍ଚ କଡାକଡି କରାଯାଇ ଜରିମାନା ଆଦାୟ ହେଉଛି ା ସୋମବାର ଷଠୀସ୍ଥିତ ପୁରାଣ ଗ୍ରାମର ୨ଜଣ ଯୁବକ ଗୋଟିଏ ମୋଟରସାଇକେଲ ଯୋଗେ ଗୋପାଳପୁର ବଜାରକୁ ଆସୁଥିଲେ। ସେମାନଙ୍କୁ ବାହାନଗା ତହସିଲଦାର ଓ ପୋଲିସ୍‌ କର୍ମଚାରୀମାନେ ଅଟକାଇବା ସହିତ କଥାବାର୍ତ୍ତା କରୁଥିବା ବେଳେ ଯୁବକଜଣକ ଗାଡି ଷ୍ଟାଟ କରି ପଳାଉଥିଲେ। ତହସିଲଦାରଙ୍କ ଡ୍ରାଇଭର ମୋଟରସାଇକେଲରୁ ଚାବି କାଢି ଆଣି ଜଣେ ପୋଲିସ୍‌ କର୍ମଚାରୀଙ୍କୁ ଦେଇଥିଲେ। ଏଥିରେ ଯୁବକଜଣକ ଉତ୍ତ୍ୟକ୍ତ ହୋଇ ଗଣ୍ଡଗୋଳ କରିବା ସହିତ ଘଟଣାସ୍ଥଳରୁ ତହସିଲଦାରଙ୍କ ଗାଡି ଡ୍ରାଇଭରଙ୍କୁ ଟେକିନେଇ ବହୁ ଦୂରକୁ ପଳାଉଥିଲେ। ଅନ୍ୟ ପୋଲିସ୍‌ ଖବରପାଇ ଯୁବକଙ୍କଠାରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଯୁବକଙ୍କୁ ଗୋପାଳପୁର ଫାଣ୍ଡିରେ ଅଟକ ରଖାଯାଇଥିଲା। ପରେ ତହସିଲଦାର ରାଜେନ୍ଦ୍ର ନାରାୟଣ କର ଖନ୍ତାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପରେ ଯୁବକଙ୍କୁ ବୁଝାଇବାରୁ ସେ ନିଜର ଭୁଲ ବୁଝିପାରି କ୍ଷମା ମାଗିଥିଲେ। ଫଳରେ ତହସିଲଦାର ମାନବିକତା ଦେଖାଇ ଯୁବକଙ୍କୁ କ୍ଷମା କରିଦେଇଥିଲେ ା ରବିବାର ଓ ସୋମବାର ଦୁଇଦିନ ବାହାନଗା ବ୍ଲକ ଗୋପାଳପୁର ଓ ଖନ୍ତାପଡା ବଜାରରୁ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାସ୍ଥ୍ୟକର୍ମଚାରୀ ଅଭାବକୁ ନେଇ ତାତିଲେ ଗ୍ରାମବାସୀ, ଦୋକାନ ବନ୍ଦ କରି ରାସ୍ତାରେ ବସିଲେ

ଗଜପତି,୨୧।୫(ଗିରିଧାରୀ ପରିଛା): ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ହେତୁ ଗୋଶାଣି ବ୍ଲକ ଗାରାବନ୍ଧ ଗ୍ରାମରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ଦୋକାନ ବନ୍ଦ କରିବା ସହିତ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

୧୫୦ବର୍ଷ ପୂର୍ବଠାରୁ ବଳିଯିବ ୨୦୨୬ର ମହାପ୍ରଳୟ! ଚମକାଇଲା ପାଣିପାଗ ରିପୋର୍ଟ

ଭୁବନେଶ୍ୱର,୨୧।୫: ଗୋଟିଏ କଥା ନିଶ୍ଚିତ; ଏବର୍ଷ ଅଧିକ ଗରମ ହେବ କାରଣ ‘ଏଲ ନିନୋ’ ନିଜର ଉପସ୍ଥିତି ଜାହିର କରିବ। ଆପଣ ଏହା ପୂର୍ୱରୁ ଶୁଣିଥିବେ, କିନ୍ତୁ…

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଉତ୍ତେଜନା

ବାଣପୁର, ୨୦।୫(ଦିଲ୍ଲୀପ କୁମାର ସ୍ବାଇଁ): ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ସମୟରେ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

କ୍ୟାବିନେଟ୍‌ ବୈଠକ, ୭ ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର,୨୦।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ…

ଔଷଧ ଦୋକାନ ମାଲିକଙ୍କ ଫଟୋ ବ୍ୟବହାର କରି ଏସି ଠକେଇ, ୩ ଜଣଙ୍କଠୁ ୪୭ ହଜାର ଲୁଟିନେଲେ

ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ): ସରକାର ଯେତିକି ସଚେତନତା କରୁଛନ୍ତି ଦୁର୍ବୃତ୍ତମାନେ ଆଉ ଟିକେ ଆଗକୁ ଯାଇ ଠକେଇ କରୁଛନ୍ତି । ଲୋକେ ମଧ୍ଯ ବିଭିନ୍ନ ପରିସ୍ଥିତି ଏବଂ କାରଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri