Categories: ଜାତୀୟ

ଜମ୍‌ଶେଦ୍‌ପୁର ଲୋକ ସଭା ଆସନ: ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀ ଗଡ଼ରେ

ଜମ୍‌ଶେଦ୍‌ପୁର,୨୦।୪: ଝାଡ଼ଖଣ୍ଡ ଜମ୍‌ଶେଦ୍‌ପୁର ଲୋକ ସଭା ଆସନରେ ୬ଷ୍ଠ ପର୍ଯ୍ୟାୟରେ ମେ ୧୨ରେ ମତଦାନ କରାଯିବ। ଏଠାରେ ଥିବା ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀଙ୍କ ଗଡ଼ରେ ରହିଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଥିପାଇଁ ୮୦ କମ୍ପାନୀ ପୋଲିସ ତଥା ୩୩ କମ୍ପାନୀ ଅର୍ଦ୍ଧ ସାମରିକବଳଙ୍କୁ ମୁତୟନ କରାଯିବ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ଅନୁପ ବରଥରେ ସୂଚନା ଦେଇଛନ୍ତି। ଅଧିକ ସଂଖ୍ୟକ ଭୋଟର ଯେପରି ବିନା ଭୟରେ ଭୋଟ ଦେଇପାରିବେ ସେଥିପାଇଁ ପ୍ରୟାସ କରାଯିବ।

Share