ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶରୁ ବିମାନରେ ଫେରିିଲେ ୩୧୦ ପ୍ରବାସୀ

ଭୁବନେଶ୍ୱର,୭।୬(ବ୍ୟୁରୋ): ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶର ଅପହଞ୍ଚ ଇଲାକାରେ ଫସି ରହିଥିବା ଓଡ଼ିଆମାନଙ୍କୁ ରବିବାର ରାଜ୍ୟ ସରକାର ଫେରାଇ ଆଣିଛନ୍ତି। ଏୟାର ଏସିଆର ୩ଟି ବିମାନରେ ୩୧୦ଜଣ ପ୍ରବାସୀ ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ଥିବାବେଳେ ଅନ୍ୟମାନେ ରାଜ୍ୟର ବିଭିନ୍ନ ଜିଲାର ବୋଲି ଜଣାପଡ଼ିଛି। ଏହି ପ୍ରବାସୀମାନେ ଜମ୍ମୁ-କଶ୍ମୀରର ଅନନ୍ତନାଗ, ରାଜୌରା, ପୁଞ୍ଚ, ଜମ୍ମୁ ଓ ସାମ୍ବା ଜିଲା ଏବଂ ହିମାଚଳ ପ୍ରଦେଶର କାଙ୍ଗ୍ରା ଓ ଉନ୍ନା ଜିଲାରେ ଅଟକି ରହିଥିଲେ। ରାଜ୍ୟ ସରକାରଙ୍କ ଉତ୍ସର୍ଗୀକୃତ ଅଧିକାରୀମାନଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ସହ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ। କୋଭିଡ-୧୯ ନିୟମାବଳୀ ଅନୁଯାୟୀ ଆବଶ୍ୟକ ଔପଚାରିକତା ପରେ ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶ ବିମାନବନ୍ଦରରୁ ସେମାନଙ୍କୁ ଆଣିବାର ସମସ୍ତ ବନ୍ଦୋବସ୍ତ ହୋଇଥିଲା। ଅନ୍ୟପକ୍ଷରେ ସୋମବାର ଦିନ ୧୨ଟା ୩୦ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ଫସି ରହିଥିବା ଓଡ଼ିଆଙ୍କୁ ନେଇ ଅନ୍ୟଏକ ସ୍ବତନ୍ତ୍ର ବିମାନ ଭୁବନେଶ୍ୱରରେ ପହଞ୍ଚତ୍ବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, କରୋନା ମହାମାରୀ ପରିପ୍ରେକ୍ଷୀରେ ସମଗ୍ର ଦେଶରେ ଲକ୍‌ଡାଉନ ଯୋଗୁ ରାଜ୍ୟ ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଆଣିବା ଅଭିଯାନ ହାତକୁ ନେଇଛନ୍ତି। ଯେଉଁଠାରେ ରେଳ ସେବା ଉପଲବ୍ଧ ନାହିଁ କିମ୍ବା ଅନ୍ୟ କୌଣସି ଗାଡ଼ିରେ ଆଣିବା ସମ୍ଭବ ହେଉନି, ସେଠାରୁ ବିମାନ ଦ୍ୱାରା ପ୍ରବାସୀଙ୍କୁ ଆଣିବାର ବ୍ୟବସ୍ଥା କରାଯାଉଛି।