Categories: ଜାତୀୟ

ଜମ୍ମୁ-କଶ୍ମୀର ବାଦଲ ଫଟା ବର୍ଷା: ବିଦ୍ୟୁତ ଓ ପାଣି ସେବା ପ୍ରଭାବିତ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ତ୍ରାଲରେ ଶନିବାର ବାଦଲ ଫଟା ବର୍ଷା ହୋଇଛି। ଫଳରେ ଉକ୍ତ ଅଞ୍ଚଳର ଘର ଓ ସ୍କୁଲଗୁଡ଼ିକରେ ପାଣି ପଶିଯାଇଥିବାରୁ ବିଦ୍ୟୁତ୍‌ ସରବରାହ ଓ ପାଣି ସେବା ପ୍ରଭାବିତ ହୋଇଛି। ଏଥିଯୋଗୁ ସାଧରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବାଦଲ ଫାଟିବାରୁ ହଜନ ଗାଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏହାପରେ ଜମ୍ମୁ-କଶ୍ମୀରରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ କେହି ମୃତାହତ ହୋଇଥିବା ନେଇ କୌଣସି ଖବର ସାମ୍ନାକୁ ଆସିନାହିଁ।

Share