Categories: ଜାତୀୟ

ଜମ୍ମୁ-କଶ୍ମୀର ଜନସାଧାରଣଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି ମୋଦି ସରକାର: ଓମାର ଅବଦୁଲା

ଶ୍ରୀନଗର,୫।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଜମ୍ମୁ-କଶ୍ମୀରରେ ୩୭୦ ଧାରା ହଟିବା ନେଇ ଘୋଷଣା କରିଛନ୍ତି। ଏହା ସହିତ ଜମ୍ମୁ-କଶ୍ମୀରକୁ ଲଦାଖଠାରୁ ମଧ୍ୟ ଅଲଗା କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଏହାକୁ ନେଇ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ରାଜ୍ୟର ଜନସାଧାରଣଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଏହି ଐତିହାସିକ ଘୋଷଣା ଦ୍ୱାରା ଏଣିକି ବାହାରର ଲୋକ ଚାହିଁଲେ ଜମ୍ମୁ-କଶ୍ମୀରରେ ସ୍ଥାବର ସମ୍ପତ୍ତି କିଣି ପାରିବେ। ଏହା ସହିତ ଜମ୍ମୁ-କଶ୍ମୀର ତଥା ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପିଗଣିତ ହେବେ।

Share