Categories: ଜାତୀୟ

ଜମ୍ମୁ କଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୬: ଜାମ୍ମୁ କାଶ୍ମୀରର ଅନ୍ତନାଗ କେପି ରୋଡ଼ରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସିଆରପିଏଫର ୫ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିସହ ଯବନାଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏବେ ବି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଗୁଳି ବିନିମୟରେ ଘଟଣାସ୍ଥଳରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନନ୍ତନାଗ ପୁଲିସ, ଏସଏଚଓ ଓ ସିଆରପିଏଫର ୫ ଜଣ ଯବାନଙ୍କ ଦେହରେ ଗୁଳି ବାଜିଥିଲା। ଆହତଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, କେପି ରୋଡ଼ରେ ପୁଲିସ ଓ ସିଆରପିଏଫର ଏକ ପାଟ୍ରୋଲିଂ ଦଳ ଉପରକୁ ଅତର୍କିତ ଭାବେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

Share