Categories: ଜାତୀୟ

ଜମ୍ମୁ-କଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ ସଫଳତା

ଶ୍ରୀନଗର,୨୬।୧: ଅଓ୍ବନ୍ତିପୋରାରେ ଶନିବାର ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଏଥିରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟଥିବା କାରୀ ୟାସିରଙ୍କ ଏହି ଏନକାଉଣ୍ଟରରେ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। କଶ୍ମୀରର ଆଇଜିଙ୍କ ସୂଚନା ଅନୁଯାୟୀ କାରୀ ୟାସିର ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲେ। ଏହାସହ ସେ ଆଇଇଡି ବ୍ଲାଷ୍ଟର ମାଷ୍ଟର ବୋଲି ମଧ୍ୟ ସେ କହିଛନ୍ତି।

Share