ଜମ୍ମୁ-କଶ୍ମୀରରେ ଲାଗିଛି କଟକଣା;ପାର୍ବଣରେ ଆହୁରି ମହଙ୍ଗା ହୋଇପାରେ ଅଖରୋଟ୍‌

ନୂଆଦିଲ୍ଲୀ,୮-୯: ଆସନ୍ତା ପାର୍ବଣ ଋତୁ ସିଜନରେ ଅଖରୋଟ ଦର ଆହୁରି ବଢ଼ିପାରେ। ବର୍ତ୍ତମାନ ଏହାର କିଲୋ ପିଛା ଦର ୯୦୦ ଟଙ୍କା ରହିଛି। ଗତ ମାସକ ମଧ୍ୟରେ ଏହାର ଦରରେ ୩୫% ବୃଦ୍ଧି ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଜମ୍ମୁ-କଶ୍ମୀରରେ ଯାତାୟତ କଟକଣା ଜାରି କରାଯାଇଛି। ଫଳରେ ଅଖରୋଟ୍‌ ସମେତ ଅନ୍ୟ ଶୁଖିଲା ଫଳ,ସେଉ, କେଶର ବିକ୍ରି ମାସେ ହେବ ପ୍ରଭାବିତ ହୋଇଛି। କଶ୍ମୀର ଉପତ୍ୟକାରୁ ଏହି ସମସ୍ତ ଶୁଖିଲା ଫଳ(ଡ୍ରାଏ ଫୁଡ୍ସ) ଜମ୍ମୁର ପାଇକାରୀ ମଣ୍ଡିକୁ ଆସିଥାଏ। ସେଠାରୁ ସାରା ଦେଶରେ ଏହାକୁ ଚାଲାଣ କରାଯାଇଥାଏ। ଭାରତରେ ଚାହିଦାର ୯୧ ପ୍ରତିଶତ ଅଖରୋଟ ଉତ୍ପାଦନ କଶ୍ମୀରରେ ହୋଇଥାଏ। ସେହିପରି ଦେଶରେ ମୋଟ ଉତ୍ପାଦିତ ସେଉ ମଧ୍ୟରୁ ୭୦ ପ୍ରତିଶତ କଶ୍ମୀରରେ ହୋଇଥାଏ। ଏଥିସହିତ ୯୦ ପ୍ରତିଶତ ଆଲ୍‌ମଣ୍ଡ ବାଦାମ, ୯୦ ପ୍ରତିଶତ ଚେରି ଓ କେଶର କଶ୍ମୀରରେ ଉତ୍ପାଦିତ ହୁଏ। ଗୋଟିଏ ବର୍ଷରେ ଏଗୁଡ଼ିକର ମୂଲ୍ୟ ପ୍ରାୟ ୭ ହଜାର କୋଟି ଟଙ୍କା ହେବ। ପ୍ରତିବର୍ଷ କଶ୍ମୀରରେ ୨୩.୫୫ ମେଟ୍ରିକ ଟନ୍‌ ଫସଲ ଉତ୍ପାଦିତ ହୁଏ। ଏଥିମଧ୍ୟରୁ ୨୦.୩୫ ମେଟ୍ରିକ ଟନ ଫଳ ଚାଷ ହୋଇଥାଏ। ତନ୍ମଧ୍ୟରୁ ୨.୮୦ମେଟ୍ରିକ ଟନ୍‌ ଶୁଖିଲା ଫଳ ଉତ୍ପାଦିତ ହୁଏ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଅଗଷ୍ଟରେ ଅଖରୋଟ ଉତ୍ପାଦନ ହୋଇଥାଏ। ଚଳିତ ବର୍ଷ ଏଥିରେ ୧୫ ଦିନ ବିଳମ୍ବ ହୋଇଛି। ବ୍ୟବସାୟୀଙ୍କ ଚାହିଦା ପୂରଣ ଲାଗି ଏବେ ଆମେରିକା ଓ ଚିଲିରୁ ଅଖରୋଟକୁ ଭାରତ ଆମଦାନୀ କରାଯାଉଛି। ଏହା ଉପରେ ୧୩୨% ଆମଦାନୀ ଶୁଳ୍କ ଆଦାୟ ହେଉଛି। କଶ୍ମୀରରେ ଅଖରୋଟ କେଜି ୭୫୦ ଟଙ୍କା ଥିଲା ବେଳେ ଏବେ ୯୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri