Categories: ଖେଳ

ଜମ୍ମୁ-କଶ୍ମୀରରେ ରହୁଥିବା ଏହି କ୍ରିକେଟରଙ୍କ ପାଇଁ ରକ୍ଷକ ସାଜିଲେ ସେନା, ଘରେ ନେଇ ପହଞ୍ଚାଇଲେ ଔଷଧ

ଶ୍ରୀନଗର, ୧୨।୮: ଜମ୍ମୁ-କଶ୍ମୀରରେ ରହୁଥିବା ଦିଲ୍ଲୀ ରଣଜୀ ଟିମର ପୂର୍ବତନ ଅଧିନାୟକ ମିଥୁନ ମାନହସ୍‌ଙ୍କ ପରିବାର ଲୋକଙ୍କ ପାଇଁ ରକ୍ଷକ ସାଜିଛନ୍ତି ଭାରତୀୟ ସେନା। ମିଥୁନଙ୍କ ଜେଜେ-ଜେଜେମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେନା ତାଙ୍କ ଘରେ ନେଇ ଔଷଧ ଏବଂ ଅତ୍ୟାବଶକୀୟ ଜିନିଷ ପହଞ୍ଚାଇଛନ୍ତି। ଏଥିପାଇଁ ସେ ସେନାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମୋ ଜେଜେ-ଜେଜେମା’ଙ୍କ ଏତେ ଯତ୍ନ ନେଇଥିବାରୁ ମୁଁ ଭାରତୀୟ ସେନାକୁ ଧନ୍ୟବାଦ ଦଉଛି ବୋଲି ଟୁଇଟ୍‌ କରି କହିଛନ୍ତି ମିଥୁନ୍‌। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସେଠାରେ ଆଇନ୍‌ ବ୍ୟବସ୍ଥା କଡାକଡି କରାଯାଇଛି। ଲୋକମାନେ ଭୟରେ ବାବହାରକୁ ମଧ୍ୟ ବାହାରୁନାହାନ୍ତି। ସୂଚନାଯୋଗ୍ୟ, ମିଥୁନ ଆଇପିଏଲରେ ଚେନ୍ନାଇ, ଦିଲ୍ଲୀ ଏବଂ ପୁଣେ ଓ୍ବାରିୟର୍ସ ପକ୍ଷରୁ ଖେଳିସାରିଛନ୍ତି।

Share