Categories: ଜାତୀୟ

ଜମ୍ମୁ-କଶ୍ମୀରରେ ପ୍ରତିବନ୍ଧକ ସତ୍ତ୍ୱେ ଗିଲାନୀଙ୍କ ଇଣ୍ଟରନେଟ୍‌ ଚାଲିଥିଲା: ସନ୍ଦେହ ଘେରରେ ୨ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ

ଶ୍ରୀନଗର, ୧୯।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି ରହିବା ସହିତ ମୋବାଇଲ୍‌ ତଥା ଇଣ୍ଟରନେଟ୍‌ ସେବାକୁ ସାମୟିକ ବନ୍ଦ କରାଯାଇଥିଲା। ତେବେ ଏହି ସମୟରେ ବିଚ୍ଛିନ୍ନତାବାଦୀ ନେତା ସୟଦ୍‌ ଅଲୀ ଶାହ ଗିଲାନୀଙ୍କ ଇଣ୍ଟରନେଟ୍‌ ୮ ଦିନ ଧରି ଚାଲିଥିଲା। ଗିଲାନୀ ଟୁଇଟ୍‌ କରିବା ଯୋଗୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଏନେଇ ବିଏସ୍‌ଏନ୍‌ଏଲ୍‌ର ୨ ଅଧିକାରୀ ସନ୍ଦେହ ଘେରରେ ରହିଛନ୍ତି। ଅଗଷ୍ଟ ୪ରୁ ଏଠାରେ ପ୍ରତିବନ୍ଧକ ଲଗା ଯିବାପରେ ମଧ୍ୟ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଗିଲାନୀଙ୍କ ଇଣ୍ଟରନେଟ୍‌ ଆକ୍ଟିଭ୍‌ ଥିବା କୁହାଯାଉଛି। ପରେ ଏହା ଜଣାପଡ଼ିବାରୁ ଗିଲାନୀଙ୍କ ଇଣ୍ଟରନେଟ୍‌କୁ ବନ୍ଦ କରାଯାଇଥିଲା।

Share