Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଦୁର୍ଗାପୂଜା ପାଳିଲେ ବେଙ୍ଗଲି ସମ୍ପ୍ରଦାୟର ଲୋକେ

ଜମ୍ମୁ,୬।୧୦: ସାରା ଦେଶରେ ନବରାତ୍ରୀ ଅବସରରେ ଦୁର୍ଗା ମା’ଙ୍କ ପୂଜା ଖୁବ୍‌ ଆଡମ୍ବର ସହକାରେ ପାଳନ କରାଯାଉଛି। ହେଲେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏଠାକାର ପରିବେଶ କିଛି ଠିକ୍‌ ନ ଥିବା କୁହାଯାଉଛି। ଏହାରି ଭିତରେ ବି ସେଠାରେ ଥିବା ଭାରତୀୟମାନେ ଦୁର୍ଗାଷ୍ଟମୀ ପାଳନ କରିବା ଦେଖିବାକୁ ମିଳିଛି। ଏହି ଅବସରରେ ସେଠାରେ ଥିବା ବେଙ୍ଗଲିମାନେ ସକାଳୁ ସକାଳୁ ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି।

Share