Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ

ପୁଲଓ୍ବାମା,୫।୬: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ବୁଧବାର ସକାଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜମ୍ମୁ-କଶ୍ମୀର ପୋଲିସ ସୂଚନା ଦେଇଛି। ମୃତକ ହେଲେ ନର୍ବାଲ କାକାପୋରାର ନିଜିନା ନାମକ ଜଣେ ବାଳିକା। ଏଥିରେ ଆହତ ହୋଇଥିବା ଅନ୍ୟଜଣେ ବାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୋଲିସ କହିଛି।

Share