Categories: ଜାତୀୟ

ଜମ୍ମୁର ୫ ଜିଲାରେ ମୋବାଇଲ ସେବା ଆରମ୍ଭ

ଜମ୍ମୁ,୨୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଅଗଷ୍ଟ ୫ରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଏମିତିକି ମୋବାଇଲ୍‌, ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ହେଲେ ଗୁରୁବାର ଏଠାରେ ଜମ୍ମୁ ସମେତ ୫ ଜିଲାରେ ମୋବାଇଲ ସେବା ଲାଗୁ କରାଯାଇଛି। ଏହି ଜିଲା ଗୁଡିକ ହେଲା ଦୋଡା, କିସ୍ତର, ରାମବାଣ, ରାଜୌରି ଓ ପୁଞ୍ଚ। ସୂଚନାଯୋଗ୍ୟ, ଏହା ପୂର୍ବରୁ ୫ ଜିଲାରେ ୨ଜି ମୋବାଇଲ ସେବା ମଧ୍ୟ ଯୋଗାଇ ଦିଆଯାଇଥିଲା। ଏବେସୁଦ୍ଧା କଶ୍ମୀର ଭ୍ୟାଲିରେ ଟେଲିଫୋନ୍‌ ସୁବିଧା ଯୋଗାଇ ଦିଆଯାଇ ନାହିଁ।

Share