ଜମି ରେକର୍ଡ ଡିଜିଟାଇଜ କରିବାରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଜମିଜମା ରେକର୍ଡ ଡିଜିଟାଇଜିଂ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ନ୍ୟାଶନାଲ କାଉନ୍‌ସିଲ ଅଫ ଆପ୍ଲାଏଡ ଇକୋନୋମିକ୍ସ ରିସର୍ଚ୍ଚ(ଏନସିଏଇଆର) ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସର୍ଭିସ ଟ୍ୟାକ୍ସ ସର୍ଭିସେସ ଇଣ୍ଡେକ୍ସରୁ ଏହା ଜଣାପଡିଛି। ଏ କ୍ଷେତ୍ରରେ ମଧ୍ୟ ପ୍ରଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ମହାରାଷ୍ଟ୍ର, ଛତିଶଗଡ, ତାମିଲନାଡୁ, ପଶ୍ଚିମବଙ୍ଗ, ଝଡଖଣ୍ଡ, ରାଜସ୍ଥାନ, ତେଲଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ତୃତୀୟରୁ ଦଶମ ସ୍ଥାନ ଅଧିକାରୀ କରିଛନ୍ତି। ଏନସିଏଇଆର ପକ୍ଷରୁ ୨୦୧୯-୨୦ ଲ୍ୟାଣ୍ଡ ରେକର୍ଡ ସଂଗ୍ରହ କରାଯାଇଥିଲା। ପ୍ରଥମତଃ ରାଜ୍ୟର ସମସ୍ତ ଜମିଜମା ରେକର୍ଡ ଲୋକଙ୍କ ନିକଟରେ ଡିଜିଟାଲ ପଦ୍ଧତିରେ ଉପଲବ୍ଧ ଅଛି କି ନାହିଁ, ଅଫିସିଆଲ ମ୍ୟାପ୍‌ ଲ୍ୟାଣ୍ଡ ରେକର୍ଡ ସହ ଅଛି କି ନାହିଁ ଏବଂ ଜମି ବିକ୍ରି ଖରିଦର ପଦ୍ଧତିକୁ ନେଇ ଏହି ସର୍ଭେ କରାଯାଇଥିଲା। ଏନସିଏଇଆରର ମହାନିର୍ଦ୍ଦେଶକ ଜେନେରାଲ ଶେଖର ଶାହ କହିଛନ୍ତି ଯେ, ଡିଜାଇନ ଆକ୍ସନ ପ୍ଲାନ ଜମି ରେକର୍ଡ ଗ୍ରହଣକୁ ସୁନିଶ୍ଚିତ କରିଥାଏ।