Categories: ଜାତୀୟ

ଜମି ବିବାଦ: କଲୋନେଲ୍‌ଙ୍କ ଦାଦାଗିରି; ୪୦ ଯବାନଙ୍କୁ ନେଇ ଟ୍ରାକ୍ଟରରେ ଚାଷ କଲେ

ପୁଣେ,୨୫।୬: ମହାରାଷ୍ଟ୍ର ଖେଦ୍‌ ଜିଲାରେ ଜମି ବିବାଦକୁ ନେଇ ଜଣେ କଲୋନେଲ୍‌ଙ୍କ ଦାଦାଗିରି ଘଟଣା ଲୋକଲୋଚନକୁ ଆସିଛି। ସ୍ଥାନୀୟ ଗୁଲାନି ଗାଁରେ ୬୫ ଏକର ଜମିକୁ ନେଇ କଲୋନେଲ୍‌ କେଦାର ଗାଏକ୍ୱାଡେ ଏବଂ ସୁନୀଲ ଭରଣେଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ତେବେ ଏନେଇ କେଦାର ଉତ୍ୟକ୍ତ ହୋଇ ଜମିକୁ ଜୋର ଜବରଦସ୍ତ ହାତେଇବା ପାଇଁ ୪ଟି ମିଲିଟାରୀ ଗାଡ଼ିରେ ୪୦ ଜଣ ଯବାନଙ୍କୁ ଧରି ଗାଁରେ ପହଞ୍ଚି ସୁନୀଲଙ୍କୁ ଧମକାଚମକା କରିବା ସହିତ ବିବାଦୀୟ ଜମିରେ ଟ୍ରାକ୍ଟର ଦ୍ୱାରା ଚାଷ କରିଥିଲେ। କେଦାର ହାଇଦ୍ରାବାଦ୍‌ସ୍ଥିତ ଗୋଳାବାରୁଦ କେନ୍ଦ୍ରରେ କାର୍ଯ୍ୟ କରନ୍ତି। ଆଇନକୁ ନିଜ ହାତକୁ ନେବା ଅଭିଯୋଗରେ କେଦାରଙ୍କ ନାମରେ ପୁଣେର ରାଜଗୁରୁ ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଜାରି ରହିଛି।

Share