ଜମି ଚିହ୍ନଟ ଦାବିରେ ଭୂମିହୀନଙ୍କ ଧାରଣା

ବନ୍ତ, ୨୭।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ତହସିଲ ଅଧୀନ ଷେଣ୍ଢତୀରା ପଞ୍ଚାୟତ ବରପଦା ଗ୍ରାମରେ ବସୁନ୍ଧରା ଯୋଜନାରେ ହିତାଧିକାରୀଙ୍କୁ ପଟ୍ଟା ମିଳିଛି। ହେଲେ ଜମି ଚିହ୍ନଟ ହୋଇପାରୁ ନ ଥିବାରୁ ସେମାନେ ଘର କରିପାରୁ ନାହାନ୍ତି। ତୁରନ୍ତ ଜମି ଚିହ୍ନଟ ଦାବିରେ ଗ୍ରାମର ଭୂମିହୀନମାନେ ସୋମବାର ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ବସି ରହିଥିଲେ। ଜମି ଚିହ୍ନଟ କରାଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଧାରଣା ଦେଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, ବରପଦା ମୌଜାର ଖାତା ନମ୍ବର-୨୫୩, ରକବା-ଏ୨-୪୩ଡି. ସରକାରୀ ଜମି ଥିବାବେଳେ ଉକ୍ତ ଜମିକୁ କେତେକ ବ୍ୟକ୍ତି ଜବରଦଖଲ କରି ଘେରାବନ୍ଦୀ କରିଛନ୍ତି। ଫଳରେ ଗ୍ରାମର କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁ ନାହିଁ। ଏଥିସହ ଦୀର୍ଘବର୍ଷ ଧରି ଭୂମିହୀନ ଲୋକେ ସରକାରୀ ପଟ୍ଟା ପାଇଥିଲେ ମଧ୍ୟ ଜାଗା ଚିହ୍ନଟ ହୋଇପାରୁ ନାହିଁ। ଏଥିଯୋଗୁ ସେମାନେ ସରକାରୀ ଯୋଜନାରେ ପାଇଥିବା ପକ୍କାଗୃହ ନିର୍ମାଣ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିନେଇ ସେମାନେ ପୂର୍ବରୁ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଶେଷରେ ବାଧ୍ୟହୋଇ ସୋମବାର ତହସିଲ ଅଫିସ ସମ୍ମୁଖରେ ସେମାନେ ଧାରଣା ଦେଇଥିଲେ। ବରପଦା ଗ୍ରାମର ସୁରେନ୍ଦ୍ର ମୁଣ୍ଡା, ବାସନ୍ତୀ ମୁଣ୍ଡା, ମଞ୍ଜୁ ମୁଣ୍ଡା, ପ୍ରମୋଦ ମୁଣ୍ଡା, ନିରଞ୍ଜନ ମୁଣ୍ଡା, ତନ ମୁଣ୍ଡା, ଗଣେଶ ମୁଣ୍ଡା, କାଳନ୍ଦୀ ମୁଣ୍ଡା, ଚମ୍ପା ମୁଣ୍ଡା, ରେବତୀ ମୁଣ୍ଡା ଓ କୁନି ମୁଣ୍ଡା ପ୍ରମୁଖ ଧାରଣାରେ ସାମିଲ ଥିଲେ। ଏ ସମ୍ପର୍କରେ ତହସିଲଦାର ମନୋରମା ଜାଲିଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ ଜମି ଦେଖିବା ପାଇଁ ଅତିରିକ୍ତ ତହସିଲଦାରଙ୍କୁ ପଠାଯାଇଥିଲା। ଖୁବ୍‌ଶୀଘ୍ର ଜବରଦଖଲ ଉଚ୍ଛେଦ କରାଯାଇ ପଟ୍ଟା ପାଇଥିବା ଭୂମିହୀନମାନଙ୍କୁ ଜାଗା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri