ଜମି ଅଧିଗ୍ରହଣରେ ଅଟକିଛି ଅଧିକାଂଶ ରେଳ ପ୍ରକଳ୍ପ

ଭୁବନେଶ୍ୱର,୬ା୧(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଓଡ଼ିଶାରେ ଚାଲୁଥିବା ନୂଆ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଧିମେଇଛି। ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅନୁମତି ଆଦି କ୍ଷେତ୍ରରେ ଉପୁଜିଥିବା କେତେକ ସମସ୍ୟା ଯୋଗୁ ପ୍ରକଳ୍ପ ସରିବାରେ ବିଳମ୍ବ ହେଉଛି। ପୁଣି ଓଡ଼ିଶା ସରକାରଙ୍କ ଅଂଶ ବାବଦ ଅର୍ଥ ବାକି ପଡିଥିବାରୁ ଏହାର ପ୍ରଭାବ ପ୍ରକଳ୍ପ ଉପରେ ପଡୁଛି। ରାଜ୍ୟ ସଭାର ଗତ ଶୀତ ଅଧିବେଶନରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହି ତଥ୍ୟ ଦେଇଛନ୍ତି।
ରାଜ୍ୟରେ ଚାଲୁଥିବା ବିଭିନ୍ନ ରେଳ ଲାଇନ୍‌ ପ୍ରକଳ୍ପ ବିଷୟରେ ବିଜେଡି ଏମ୍‌ପି ସସ୍ମିତ ପାତ୍ର ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ ପ୍ରକଳ୍ପର ତାଲିକା ଓ ଏହାର ସ୍ଥିତି ବିଷୟରେ ଲିଖିତ ତଥ୍ୟ ଦେଇଛନ୍ତି। ଅଧିକାଂଶ ପ୍ରକଳ୍ପରେ ସଂପୂର୍ଣ୍ଣ ଜମି ଅଧିଗ୍ରହଣ ହୋଇପାରିନି। ରାଜ୍ୟ ସରକାର ଓ ରେଳ ମନ୍ତ୍ରଣାଳୟର ସହଭାଗିତାରେ ହେଉଥିବା ପ୍ରକଳ୍ପଗୁଡ଼ିକରେ ରାଜ୍ୟ ଅଂଶ ବାବଦକୁ ବହୁ ଅର୍ଥ ବାକି ରହିଛି। ଅନ୍ୟପକ୍ଷରେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ପ୍ରକଳ୍ପରେ ମୋଟ୍‌ ୭୭୨୫ ଏକର ଜମିରୁ ମାତ୍ର ୩୪୪୩ ଏକର ଅଧିଗ୍ରହଣ ହୋଇଛି। ଆହୁରି ୪୨୮୨ ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ଅଂଶ ବାବଦକୁ ୧୧୧ କୋଟି ଟଙ୍କା ବାକି ରହିଛି। ଅନୁଗୋଳ-ସୁକିନ୍ଦା ରୋଡ଼ ପ୍ରକଳ୍ପ ପାଇଁ ଆବଶ୍ୟକ ୧୮୫୪ ଏକର ଜମିରୁ ୧୩୬୦ ଏକର ଅଧିଗ୍ରହଣ ହୋଇଛି ଓ ୪୯୩ ଏକର ଜମି ଅଧିଗ୍ରହଣ ହେବାକୁ ବାକି ରହିଛି। ସେହିଭଳି ହରିଦାସପୁର-ପାରାଦୀପ ପ୍ରକଳ୍ପରେ ୧୭୪୩ ଏକର ଜମିରୁ ୧୬୪୧ ଏକର ଜମି ଅଧିଗ୍ରହଣ ହୋଇଥିବାବେଳେ ୧୦୨ ଏକର ହୋଇପାରିନି। ତାଳଚେର-ବିମଳାଗଡ଼ ପ୍ରକଳ୍ପରେ ୨୦୮୯ ଏକର ଜମିରୁ ମାତ୍ର ୪୬୭ ଏକର ଅଧିଗ୍ରହଣ ହୋଇପାରିଛି। ବଳକା ୧୬୨୨ ଏକର ରାଜ୍ୟ ସରକାର ଅଧିଗ୍ରହଣ କରିବାକୁ ବାକି ଅଛି। ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ଆବଶ୍ୟକ ୯୮୦ ଏକର ଜମିରୁ ଆଦୌ ଜମି ଅଧିଗ୍ରହଣ ହୋଇନାହଁି। ଏଥିରେ ରାଜ୍ୟ ସରକାର ଆର୍ଥତ୍କ ଭାଗ ୧୦ କୋଟି ଟଙ୍କା ବାକି ରଖିଛନ୍ତି। ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୬୩୪ ଏକର ଜମିରୁ ଆଦୌ ଅଧିଗ୍ରହଣ ହୋଇନି। ଏଥିରେ ମଧ୍ୟ ରାଜ୍ୟ ସରକାର ୨୩ କୋଟି ଟଙ୍କା ବାକି ରଖିଛନ୍ତି। ଉପରୋକ୍ତ ସମସ୍ତ ପ୍ରକଳ୍ପରେ ବାକି ରହିଥିବା ଜମି ଅଧିଗ୍ରହଣ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri