ଚିଲିକାରେ ସରିଲା ପକ୍ଷୀ ଗଣନା: ଅନୁକୂଳ ପାଗ ଯୋଗୁ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି

ବାଲୁଗାଁ,୬ା୧(ଡି.ଏନ୍‌.ଏ.): ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ରବିବାର ସମଗ୍ର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ, ଚଳିତବର୍ଷ ସମଗ୍ର ଚିଲିକାରେ ୧୧ଲକ୍ଷ ୫ହଜାର ୪୦ ଗୋଟି ପକ୍ଷୀଙ୍କ ସମାଗମ ହୋଇଛି। ଗତବର୍ଷ ଏହି ପକ୍ଷୀ ସଂଖ୍ୟା ୧୦,୪୭,୯୬୮ ଥିଲା। ପୂର୍ବ ତୁଳନାରେ ଚଳିତବର୍ଷ ଅଧିକ ୫୭ ହଜାର ୭୨ ପକ୍ଷୀଙ୍କ ଆଗମନ ହୋଇଛି। ଅନୁକୂଳ ପାଗ ଯୋଗୁ ପକ୍ଷୀଙ୍କ ଆଗମନ ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
୧୫.୫୩ ବର୍ଗ କି.ମି. ପରିବ୍ୟାପ୍ତ ପକ୍ଷୀ ଅଭୟାରଣ୍ୟ ନଳବଣରେ କେବଳ ଚଳିତବର୍ଷ ୪,୦୬,୩୦୮ ପକ୍ଷୀଙ୍କ ସମାଗମ ହୋଇଛି। ପୂର୍ବବର୍ଷ ଏଠାରେ ୩,୯୩, ୫୪୧ ପକ୍ଷୀଙ୍କ ସମାଗମ ହୋଇଥିଲା। ପୂର୍ବ ବର୍ଷଗୁଡିକରେ୨୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଉଥିବାବେଳେ ଚଳିତବର୍ଷ ୧୮୪ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ଗଣନାରୁ ଜଣାଯାଇଛି। ସେଥିମଧ୍ୟରୁ ନଳବଣରେ କେବଳ ୧୦୨ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ଗଡ଼ୱାଲ ପ୍ରଜାତିର ସର୍ବାଧିକ ୨ଲକ୍ଷ ୫ହଜାର ୮୮୩, ନର୍ଦ୍ଦନ ପ୍ରିଣ୍ଟେଲ୍‌ ୧ ଲକ୍ଷ ୮୨ହଜାର ୧୭୭, ୟୁରାସିଆନ୍‌ ୱିଜିଅନ୍‌ ପ୍ରଜାତିର ୧ଲକ୍ଷ ୪୩ ହଜାର ୪୧୮ ପକ୍ଷୀ ଥିବା ଜଣାପଡ଼ିଛି। ଦୀର୍ଘବର୍ଷ ଧରି ବିଲୁପ୍ତ ଥିବା ଗ୍ରେଟ୍‌ନଟ୍‌ ପ୍ରଜାତିର ୨ଗୋଟି ପକ୍ଷୀଙ୍କୁ ଚଳିତ ବର୍ଷ ଚିହ୍ନଟ କରାଯାଇଛି। ବିଶେଷକରି ଏହି ପକ୍ଷୀଗୁଡିକ ମଧ୍ୟ ଏସିଆ ଏବଂ ପୂର୍ବ ଋଷିଆ ରାଷ୍ଟ୍ରାଞ୍ଚଳରେ ଦେଖିବାକୁ ମିଳିଥାଏ। ତେବେ ଚିଲିକାର ଶୋଭା ବର୍ଦ୍ଧନକାରୀ ସବୁଠାରୁ ଆକର୍ଷଣୀୟ ଫ୍ଲେମିଂ ଗୋ(ଏରା) ହଂସ ଜାତୀୟ ପକ୍ଷୀ ଚଳିତବର୍ଷ ପୂର୍ବବର୍ଷ ତୁଳନାରେ ଆଶାତିତ ଭାବେ ହ୍ରାସ ପାଇଁ ୧୩୫୦ରେ ପହଞ୍ଚତ୍ଛି। ଯାହାକି ପକ୍ଷୀ ପ୍ରେମୀ ଓ ବିଶାରଦଙ୍କ ମଧ୍ୟରେ ହତୋତ୍ସାହ ପରିଲ୍ଲକ୍ଷିତ ହୋଇଛି। ଏହି ପକ୍ଷୀଙ୍କ ଜଳକ୍ରୀଡ଼ା ଚିଲିକାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରୁଥିବାବେଳେ ପର୍ଯ୍ୟଟକ ତଥା ପକ୍ଷୀପ୍ରେମୀଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।
ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନ ୫ ରେଞ୍ଜ ତଥା ଚିଲିକା, ସାତପଡା, ରମ୍ଭା, ବାଲୁଗଁା ଓ ଟାଙ୍ଗୀ ଅଞ୍ଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବିଭାଗ ପକ୍ଷରୁ ସମଗ୍ର ଚିଲିକାକୁ ୨୧ଟି ଜୋନ୍‌ରେ ବିଭକ୍ତ କରାଯାଇ ୨୧ଟି ଦଳକୁ ନିୟୋଜିତ ହୋଇଥିଲେ। ନଳବଣରେ କେବଳ ୫ ଦଳ ରହି ପକ୍ଷୀ ଗଣନା କରିଥିବା ବେଳେ ସ୍ଥଳଭାଗରେ ୨ ଗୋଟି ଏବଂ ଅବଶିଷ୍ଟ ୧୪ ଦଳ ଅନ୍ୟାନ୍ୟ ଜୋନ୍‌ ତଥା ବାଲିପାଟପୁରଠାରୁ ସାତପଡ଼ା, ରମ୍ଭା, ମଙ୍ଗଳଜୋଡିଠାରୁ ଭୁଷଣ୍ଡପୁର, ସୋରଣଠାରୁ ନଇରୀ, କୃଷ୍ଣପ୍ରସାଦ, କାଳିଜାଇଠାରୁ ଚନ୍ଦ୍ରାପୁଟ, ସାତପଡାଠାରୁ ଗମ୍ଭାରୀ ଓ ଗୁରୁବାଇ, ଅରଖକୁଦା, ଗୋଠକୁଦଠାରୁ ନୂଆପଡା ଆଦି ଅଞ୍ଚଳରେ ଗଣନା କରିଥିଲେ। ରବିବାର ସକାଳ ୬ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲିଥିଲା। ଏହି ପକ୍ଷୀ ଗଣନା କାର୍ଯ୍ୟରେ ବମ୍ବେ ନ୍ୟାଚୁରାଲ୍‌ ହିଷ୍ଟ୍ରି ଅଫ୍‌ ସୋସାଇଟିର ବିଶେଷଜ୍ଞ ତଥା ଉପନିର୍ଦ୍ଦେଶକ ଡ. ଏସ୍‌. ବାଲ୍‌. ଚନ୍ଦ୍ରନ୍‌, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଆଲୋକ ରଞ୍ଜନ ହୋତା, ଏସିଏଫ୍‌ ଶରତ କୁମାର ମିଶ୍ର, ବିଶିଷ୍ଟ ପକ୍ଷୀ ବିଶାରଦ ନନ୍ଦ କିଶୋର ଭୂଜବଳ, ଡ଼ବ୍ଲ୍ୟୁ. ଡବ୍ଲ୍ୟୁ.ଏଫର ମାଇକେଲ ପିଟରଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମୋଟ ୧୨୫ ଜଣ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ସମଗ୍ର ଚିଲିକାରେ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧିର କାରଣ ସମ୍ପର୍କରେ ଡ଼ିଏଫ୍‌ଓ ହୋତାଙ୍କ ପଚାରିବାରେ ଚଳିତବର୍ଷ ସମଗ୍ର ଚିଲିକା ଅଞ୍ଚଳରେ ଗତବର୍ଷ ଅପେକ୍ଷା ଜଳସ୍ତର ଓ ପାଣିପାଗ ଅନୁକୂଳ ରହିଛି। ଏଥିଯୋଗୁ ପକ୍ଷୀମାନେ ଉପଯୁକ୍ତ ବାସସ୍ଥାନ ଓ ଖାଦ୍ୟ ଅନ୍ବେଷଣ ନିମନ୍ତେ ବିଶେଷ କରି ସ୍ଥଳଭାଗ ଅପେକ୍ଷା ଜଳଭାଗକୁ ଅଧିକ ପସନ୍ଦ କରିଥିବା ଅନୁମାନ କରାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri