ଜମିରେ ଜୀବନ

ଜାଲନା: କରୋନା ଭାଇରସ୍‌ ବିରୋଧୀ ଲଢ଼େଇରେ ସାମିଲ ହୋଇଛି ଭାରତ। ମହାମାରୀ ପାଲଟିଥିବା ଏହି ଭାଇରସ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ି ଚାଲିଥିବାବେଳେ ଏହାକୁ ଅଟକାଇବା ଲାଗି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦେଶକୁ ଲକ୍‌ଡାଉନ୍‌ କରିଦେଇଛନ୍ତି। ତଥାପି କେଉଁଠି, କେତେବେଳେ ଆଉ କାହା ମାଧ୍ୟମରେ ଏହି ଭୂତାଣୁ ସଂକ୍ରମିତ ହେବ ତାହାକୁ ନେଇ ସମସ୍ତଙ୍କ ମନରେ ଅଜଣା ଭୟ। ଏପରି ସମୟରେ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଭାଇରସ୍‌ ସଂକ୍ରମଣ ଭୟରେ ମହାରାଷ୍ଟ୍ର ରାଜ୍ୟ ଜାଲନା ଜିଲାର ଜାନେଫଲ ପଣ୍ଡିତ ଗ୍ରାମର ବାସିନ୍ଦା ଘରଦ୍ୱାର ଛାଡ଼ି ଜମିରେ ରହିବା ଆରମ୍ଭ କରିଦେଇଛନ୍ତି। ଏଥିରୁ କୋଭିଡ୍‌-୧୯ ଲୋକଙ୍କ ମାନସିକସ୍ତରକୁ କେତେମାତ୍ରାରେ ପ୍ରଭାବିତ କରିଛି ତାହା ସ୍ପଷ୍ଟ ହୋଇଛି।
୪୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଅଧିକାଂଶ ଘରେ ଏବେ ତାଲା ଝୁଲୁଛି। ଗଁ। ପରିବେଶରେ ଏବେ ରାଜୁତି କରୁଛି ନୀରବତା। ୩ଦିନ ତଳେ ଗ୍ରାମର ୨୦୦ ପରିବାର ଘରଦ୍ୱାର ଛାଡ଼ି ଖେତରେ ରହିବା ଆରମ୍ଭ କରିଦେଇଛନ୍ତି। ସେମାନେ କହିଛନ୍ତି, ଲକ୍‌ଡାଉନ କାରଣରୁ ସହରରୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଗଁ।ମୁହଁ। ହୋଇଛନ୍ତି। ଏହାଦ୍ୱାରା ସେମାନଙ୍କୁ ଦିନରାତି ସଂକ୍ରମଣ ଭୟ ଘାରୁଛି। ଏହି କାରଣରୁ ସେମାନେ ଏବେ ଗଁ। ଛାଡ଼ି ଜମିରେ ରହିବା ଆରମ୍ଭ କରିଛନ୍ତି।
ଗ୍ରାମର ରମେଶ ପଣ୍ଡିତ କୁହନ୍ତି, ସେ ନିଜ ପରିବାରର ୯ଜଣ ସଦସ୍ୟଙ୍କ ସହ ଖେତରେ ରହୁଛନ୍ତି। ଏଥିଲାଗି ସେ ଜମିରେ ଏକ ଛୋଟ ଘର କରିଛନ୍ତି। ଲକ୍‌ଡାଉନ୍‌ ପରେ ସମସ୍ତ ଗ୍ରାମବାସୀ ଘରେ ରହୁଥିଲେ। ସହରରେ ରହୁଥିବା ଲୋକମାନେ ଗ୍ରାମାଞ୍ଚଳକୁ ଗଣପଳାୟନ କରୁଥିବା ଜଣାପଡ଼ିବା ପରେ ଅଜଣା ଭୟ ସୃଷ୍ଟି ହୋଇଛି। ଏଥିପାଇଁ ସେମାନେ ଘର ଛାଡ଼ି ଜମିରେ ରହିବା ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ, ସଂକ୍ରମଣ ପ୍ରତିରୋଧ କରିବାକୁ ସମସ୍ତ ବ୍ୟବସ୍ଥା ମଧ୍ୟ କରିଛନ୍ତି। ନିଜର ପରିବାରକୁ କରୋନା ଭଳି ମାରାତ୍ମକ ରୋଗରୁ ବଞ୍ଚାଇବାକୁ ସମସ୍ତେ ସଂକଳ୍ପ ନେଇଥିବା ରମେଶ କହିଛନ୍ତି। ଶାରଳା ତାୟଡେ କହିଛନ୍ତି, ପରିବାରର କେହି ଯେପରି କରୋନାରେ ପୀଡ଼ିତ ନ ହୁଅନ୍ତି ସେଥିଲାଗି ଗ୍ରାମବାସୀ ଏପରି ପଦକ୍ଷେପ ନେଇଛନ୍ତି। ଗ୍ରାମବାସୀଙ୍କ ସତର୍କତାମୂଳକ ପଦକ୍ଷେପ ଯୋଗୁ ଏ ଯାଏ ଗୋଟିଏ ବି ସଂକ୍ରମଣ ହୋଇନାହିଁ। କରୋନା ନିପାତ ନ ହେବା ଯାଏ ସେମାନେ ଜମିରେ ରହିବେ ବୋଲି ଶାରଳା କହିଛନ୍ତି।

Share