‘ଜବାନୀ ଜାନେମନ୍‌’ ଲାଗି ୧୧ କିଲୋ ଓଜନ କମ୍‌ କଲେ ସୈଫ୍‌, ଚର୍ଚ୍ଚାରେ ଲୁକ୍‌

ମୁମ୍ବାଇ: ନିଜକୁ ଫିଟ୍‌ ରଖିବା ଲାଗି ଅଭିନେତା ତଥା ଅଭିନେତ୍ରୀମାନେ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ବିଶେଷକରି ଶର୍କରା ଜାତୀୟ ଖାଦ୍ୟଠାରୁ ଦୂରରେ ରହିଥାନ୍ତି। ହେଲେ ଚଳଚ୍ଚିତ୍ରରେ ଆବଶ୍ୟକତା ପଡ଼ିଲେ ସେମାନେ ଖାଦ୍ୟ ଖାଇ ନିଜକୁ ମୋଟା କରିଥାନ୍ତି। ପ୍ରଥମେ ଅଭିନେତ୍ରୀ ଭୂମି ପେଡନେକରଙ୍କ ଚଳଚ୍ଚିତ୍ର ‘ଦମ୍‌ ଲଗାକେ ହେଇସା’ ବେଳର ଲୁକ୍‌ ଏବଂ ଏବେର ଲୁକ ଭିତରେ ଅନେକ ତଫାତ ରହିଛି। ସେହିଭଳି ଏବେ ଚର୍ଚ୍ଚାର ଶିରୋନାମାରେ ଅଛନ୍ତି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌।

ନିକଟରେ ସୈଫ୍‌ଙ୍କ ଫିଲ୍ମ ‘ଲାଲ୍‌ କପ୍ତାନ’ ରିଲିଜ ହୋଇଛି। ଏଥିରେ ତାଙ୍କୁ ଭୟଙ୍କର ନାଗା ସାଧୁ ରୂପରେ ଦେଖିବାକୁ ମିଳିଛି। ଚରିତ୍ରରେ ନିଜକୁ ଢ଼ାଳିବା ଲାଗି ସୈଫ ଓଜନ ସହ ନିଜର ଦାଢ଼ୀ ବଢ଼ାଇଥିଲେ। ତେବେ ଏବେ ସୈଫ୍‌ କିଛି ଅଲଗା ରୂପରେ ନଜର ଆସିଛନ୍ତି। ସେ ଏବେ ଆଗାମୀ ସିନେମା ‘ଜବାନୀ ଜାନେମନ୍‌’ର ଶୁଟିଂରେ ବ୍ୟସ୍ତ। ତେବେ ଏଥିପାଇଁ ସେ ୧୧ କିଲୋ ଓଜନ କମାଇଛନ୍ତି। ଏଥିସହ ନିଶ ଏବଂ ଦାଢ଼ୀ କାଟିଛନ୍ତି।
ସୈଫ୍‌ଙ୍କ ଅନ୍ୟ ଚଳଚ୍ଚିତ୍ର ବିଷୟରେ ଯଦି କଥା ହେବା, ତେବେ ସେ ଭୂତ ପୋଲିସ, ନାନାଜି: ଦ ଅନସଙ୍ଗ ଓ୍ବାରିଅରରେ ନଜର ଆସିବେ। ପୂର୍ବରୁ ତାଙ୍କୁ ସିକ୍ରେଡ୍‌ ଗେମ୍ସ ଓ୍ବେବ୍‌ ସିରିଜରେ ଦେଖିବାକୁ ମିଳିଥିଲା।

Share