ଜବରଦଖଲ ଉଚ୍ଛେଦ

ନୀଳଗିରି,୪।୧୧(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ପ୍ରଶାସନ ତରଫରୁ ଜଗନ୍ନାଥ ମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଡ୍ରେନେଜ୍‌ ବ୍ୟବସ୍ଥାରେ ସମସ୍ୟା ଦେଖା ଯିବାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ଜଗନ୍ନାଥ ମନ୍ଦିର ସମ୍ମୁଖ ଦୁଇ ପାଶର୍‌ବରେ ଦୋକାନ ଗୃହ ଥିବା ବେଳେ କିଛି ଦୋକାନୀ ଡ୍ରେନ୍‌କୁ ଜବରଦଖଲରେ ରଖିଥିଲେ। ଫଳରେ ଡ୍ରେନ୍‌ର ପୁନରୁଦ୍ଧାର ହୋଇ ନ ପାରିବାରୁ ବର୍ଷା ଦିନେ ଜଳ ନିଷ୍କାସନ ନେଇ ସମସ୍ୟା ସୃଷ୍ଟିି ହେଉଥିଲା। ଦୀର୍ଘଦିନ ଧରି ଜବରଦଖଲ କରି ରଖିଥିବା ବ୍ୟକ୍ତିଙ୍କୁ ତାଗିଦ କରିବା ସହ ଜାଗା ଖାଲି କରିବା ପାଇଁ ଏନ୍‌ଏସି ପକ୍ଷରୁ ନୋଟିସ କରାଯାଇଥିଲା। କିନ୍ତୁ ଦୋକାନୀମାନେ ନୋଟିସକୁ ବେଖାତିର କରି ଚାଲିଥିଲେ। ଗୁରୁବାର ମାଜିଷ୍ଟ୍ରେଟ ସିଦ୍ଧାର୍ଥ ପରିଡ଼ା, ନୀଳଗିରି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡୁ, ପୋଲିସ, ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଜେସିବି ସହାୟତାରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା।