ଜବରଦଖଲ ଉଚ୍ଛେଦ ବେଳେ ଉଦ୍ଧାର ହେଲା ମା’ ମଙ୍ଗଳାଙ୍କ ପ୍ରତିମୂର୍ତ୍ତି

ପୁରୁଣା ଭୁବନେଶ୍ୱର,୧୫।୧୨(ଡି.ଏନ.ଏ.)- ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ୱାର ହାଟ ପାଖକୁ ଥିବା ତାରିଣୀ ମନ୍ଦିର ମିଳିତ ଉଚ୍ଛେଦ ଟିମ୍‌ ଭାଙ୍ଗିବା ସମୟରେ ଶୁକ୍ରବାର ସେଠାରୁ ମା’ ମଙ୍ଗଳାଙ୍କ ଏକ ପ୍ରତିମୂର୍ତ୍ତି ଉଦ୍ଧାର ହୋଇଥିଲା। ଏହି ପ୍ରତିମୂର୍ତ୍ତିକୁ ପୋଲିସ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରିଥିଲା। ପରେ ଶନିବାର ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ସେବାୟତଙ୍କ ପରାମର୍ଶକ୍ରମେ ପ୍ରତିମୂର୍ତ୍ତିକୁ ନୂତନବସ୍ତ୍ର ପରିଧାନ ପୂର୍ବକ, ପୂଜାର୍ଚ୍ଚନା କରାଯାଇଥିଲା।