Categories: ବାଣିଜ୍ୟ

ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ଉପରେ ୨୩୦ କୋଟି ଟଙ୍କାର ଜରିମାନା

ନୂଆଦିଲ୍ଲୀ,୨୬।୧୨: ଜନ୍‌ସନ ଆଣ୍ଡ ଜନ୍‌ସନ୍‌ କମ୍ପାନୀ ଉପରେ ନ୍ୟାଶନାଲ ଆଣ୍ଟି ପ୍ରଫିଟିୟରିଂ ଅଥରିଟି (ଏନ୍‌ଏଏ) ୨୩୦.୪୧ କୋଟି ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଏସ୍‌ଟି ହ୍ରାସ ପରେ ଏହାର ପ୍ରକୃତ ଫାଇଦା ଲୋକଙ୍କୁ ନ ଦେବା କାରଣରୁ କମ୍ପାନୀ ଉପରେ ଏଭଳି ଜରିମାନା ଜାରି କରାଯାଇଛି। ଜିଏସ୍‌ଟି ହ୍ରାସ ପରେ କମ୍ପାନୀ ଏହାର ପ୍ରଡକ୍ଟ ମୂଲ୍ୟ ନିର୍ଦ୍ଧାରଣ କରିବା ବେଳେ ଭୁଲ ପଦ୍ଧତି ଆପଣାଇଥିବା ଏନ୍‌ଏଏ କହିଛନ୍ତି। ୨୦୧୭ ନଭେମ୍ବର ୧୫ ପରଠାରୁ କିଛି ସାମଗ୍ରୀ ଉପରେ ଜିଏସ୍‌ଟି ୨୮%ରୁ ୧୮%କୁ ହ୍ରାସ ଘଟିଥିଲା। ଏହି ସମୟରେ କମ୍ପାନୀ ଗ୍ରାହକଙ୍କୁ ଲାଭ ଦେଇ ନ ଥିବା ଏନ୍‌ଏଏ ସୂଚନା ଦେଇଛି। ଏଭଳି ଘଟଣାରେ ପୂର୍ବରୁ ପିଆଣ୍ଡଜି ଉପରେ ୨୫୦ କୋଟି, ନେସ୍‌ଲେ ଇଣ୍ଡିଆ ଉପରେ ୧୦୦ କୋଟି ଜରିମାନା ଧାର୍ଯ୍ୟ କରାଯାଇଛି।

Share