ଜନ୍ମ ତାରିଖରୁ ଜାଣନ୍ତୁ ଶୁଭାଶୁଭ

ଜ୍ୟୋତିଷାଚାର୍ଯ୍ୟ ମନିଷ ଶର୍ମାଙ୍କ ଗଣନାରେ ଜନ୍ମ ତାରିଖ ଅନୁଯାୟୀ ଅଗଷ୍ଟ ୧୨ରୁ ୧୮ ତାରିଖ ମଧ୍ୟରେ ଦିନ କେମିତି କଟିବ ତାହା ଜାଣନ୍ତୁ।

*୧,୧୦,୧୯ ଓ ୨୮ ତାରିଖରେ ଜନ୍ମିତ ବ୍ୟକ୍ତି ପ୍ରଶାସନିକ କାର୍ଯ୍ୟରେ ସଫଳତା ପାଇବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।
* ଯଉଁମାନେ୨, ୧୧, ୨୦ ଓ ୨୯ ତାରିଖରେ ଜନ୍ମ ହୋଇଛନ୍ତି ସେମାନଙ୍କର ନୂଆ ଲୋକଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ ହେବ। ମାନ ସମ୍ମାନ ବଢିବ। ସୁଖ ଓ ସମୃଦ୍ଧି ଲାଭ କରିବେ।
* ୩, ୧୨, ୨୧ ,୩୦ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବିବାଦରୁ ଦୂରେଇ ରହିଲେ ଲାଭ ପାଇବେ। ଘର ଓ ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଅନ୍ୟମାନଙ୍କ କଥାରେ ମୁଣ୍ଡ ନଖେଳାଇବା ଭଲ।
* ଯଉଁ ବ୍ୟକ୍ତିମାନଙ୍କର ଜନ୍ମ ତାରିଖ ୪, ୧୩, ୨୨ ,୩୧ ସେମାନେ ଏହି ସପ୍ତାହରେ ଯାନବାହନ ଚଳାଇବାବେଳେ ସତର୍କତା ଅବଲମ୍ବନ କରିବା ଉଚିତ। କର୍ଯ୍ୟ କ୍ଷେତ୍ରରେ କ୍ଷମତା ହ୍ରାସ ପାଇବ । ଏଣୁ ବୁଝି ବିଚାରି ଧୈର୍ଯ୍ୟର ସହ କାର୍ଯ୍ୟରେ ଆଗକୁ ବଢନ୍ତୁ।
* ୫, ୧୪, ୨୩ ତାରିଖରେ ଜନ୍ମିତ ବ୍ୟକ୍ତମାନେ କଠିନ ପରିସ୍ଥିତିରେ ସହଯୋଗ ପାଇବେ ନାହଁି। ବିଷାଦଗ୍ରସ୍ତ ହେବେ। ନିରାଶ ନ ହୋଇ ଧୈର୍ଯ୍ୟର ସହ କାମ କରନ୍ତୁ। ଭବିଷ୍ୟତରେ ସମୟ ଆପଣଙ୍କ ପକ୍ଷରେ ଯିବ।
* ୬, ୧୫ ଓ ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିମାନେ ଦାମ୍ପତ୍ୟରେ ସୁଖ-ଶାନ୍ତି ପାଇବେ। ଜୀବନସାଥୀଙ୍କଠାରୁ ବଡ଼ ସାହାଯ୍ୟ ମିଳିବ। ରିସ୍କ ନିଅନ୍ତୁନାହଁି। ଘର ଓ ପରିବାରରେ ଆପଣଙ୍କ କଥା ସମସ୍ତେ ଶୁଣିବେ।
* ଯଉଁ ବ୍ୟକ୍ତିମାନେ ୭,୧୬ ଓ ୨୫ ତାରିଖରେ ଜନ୍ମ ନେଇଛନ୍ତି ସେମାନେ ଏହିି ସପ୍ତାହରେ କଠିନ ପରିଶ୍ରମ କରିବେ। ଆପଣଙ୍କ ପରାମର୍ଶ କେହି ଗ୍ରହଣ କରିବେନାହିଁ। ଅଧିକ କ୍ରୋଧ କ୍ଷତିର କାରଣ ହୋଇପାରେ। ସ୍ବାସ୍ଥ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ।
* ୮, ୧୭ ଓ ୨୬ ତାରିଖରେ ଜନ୍ମ ନେଇଥିବା ଲୋକମାନେ ଯୋଜନା ମୁତାବକ କାର୍ଯ୍ୟ କଲେ ସଫଳତା ପାଇବେ। ଆଶାଠାରୁ ଅଧିକ ସଫଳତା ଯଦି ଚାହୁଛନ୍ତି ତେବେ ଧୈର୍ଯ୍ୟ ଓ ଶାନ୍ତ ମନରେ କାର୍ଯ୍ୟ କରନ୍ତୁ।
* ଯେଉଁ ବ୍ୟକ୍ତିମାନେ ୯, ୧୮ ଓ ୨୭ ତାରିଖରେ ଜନ୍ମ ନେଇଛନ୍ତି ସେମାନେ ଏହି ସପ୍ତାହରେ ବଡ଼ ସଫଳତା ପାଇବେ। ଅନ୍ୟମାନଙ୍କ କଥାରେ ହସ୍ତକ୍ଷେପ କରନ୍ତୁନାହିଁ। ବ୍ୟବସାୟୀମାନଙ୍କ ପାଇଁ ପୂରା ଭଲ ସମୟ। ଧନ ଲାଭ ହେବ। କିଛି ନୂଆ ଦ୍ରବ୍ୟ କ୍ରୟ କରିପାରନ୍ତି।

Share