Categories: ଫୁରସତ

ଜନ୍ମିତ ଶିଶୁର ନାମ ‘ସାନିଟାଇଜର୍‌’

ଲକ୍ଷ୍ନୌ: ଦେଶ ସହିତ ସମଗ୍ର ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ପ୍ରଥମେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହା ମଧ୍ୟରେ ଏଭଳି ବହୁତ ବାପା-ମା କରୋନାକୁ ନେଇ ଜନ୍ମିତ ଶିଶୁର ନାମକରଣ କରୁଛନ୍ତି। ପୂର୍ବରୁ ଉତ୍ତରପ୍ରଦେଶର ଦେବରିୟା ଅଞ୍ଚଳରେ ଏକ ପୁଅର ନାମ ଲକ୍‌ଡାଉନ୍‌ ରଖାଯାଇଥିଲା। ସେହିପରି ଉତ୍ତରପ୍ରଦେଶର ଶହାରନ୍‌ପୁରରେ ଏକ ନବଜାତକ ଜନ୍ମ ନେଇଛି। ଶିଶୁର ବାପା-ମା’ ତା’ର ନାମ ରଖିଛନ୍ତି ସାନିଟାଇଜର୍‌। ଏହି ନାଁ ରଖି ସେମାନେ ବହୁତ ଖୁସି ଥିବା କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସାରା ଦେଶରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଥିରୁ ସତର୍କ ରହିବା ପାଇଁ ସରକାର ଏବଂ ପ୍ରଶାସନ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଏଥିରୁ ନିରାପଦ ରହିବା ପାଇଁ ପ୍ରଶାସନ ହାତକୁ ବାରମ୍ବାର ସାନିଟାଇଜ୍‌ କରିବା ପାଇଁ କହୁଛନ୍ତି। ଚାରିଆଡେ କରୋନା ସଂକ୍ରମଣରୁ ରକ୍ଷା କରିବାକୁ ସାନିଟାଇଜର୍‌ ସ୍ପ୍ରେ କରାଯାଉଛି। ଏଥିରେ ସରକାର ଏବଂ ପ୍ରଶାସନିକ ଉଦ୍ୟମ ଏବଂ ଯୋଗଦାନ ରହିଛି। ତେଣୁ ଆମେ ବି ଭାବିଲୁ ଆମର ମଧ୍ୟ ସମାନ ଭାବେ ଗୁରୁଦାୟିତ୍ୱ ରହିବା ଦରକାର ବୋଲି ପୁଅର ବାପା କହିଛନ୍ତି। ସେଥିଲାଗି ଆମେ ଆମ ପୁଅ ନାଁ ସାନିଟାଇଜର୍‌ ଦେଲୁ। ଏହାଦ୍ୱାରା ଆମେ ହାତ ସଫା ରଖିବାକୁ ସବୁବେଳେ ମନେ ରଖିବୁ ଓ ଅନ୍ୟମାନଙ୍କୁ ଏହା କରିବା ଲାଗି ପ୍ରେରଣା ଦେବୁ।

Share