ଜନ୍ମଦିନର ଫଟୋ ଶେୟାର ମାଆବାପାଙ୍କୁ ମିସ୍‌ କଲେ ହେମାମାଳିନୀ

୧୬ ଅକ୍ଟୋବର ୧୯୪୮ରେ ଜନ୍ମିତ ହେମାମାଳିନୀ ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ହେମା କିଛିବର୍ଷ ଧରି ପ୍ରତିଜ୍ଞା କରିଥିଲେ ମିଡିଆ ସମ୍ମୁଖରେ ବନ୍ଧୁ, ପରିବାରବର୍ଗ ଏପରି ନିଜ ସମ୍ପର୍କରେ କିଛି ମୁହଁ ଖୋଲିବେନି। କିନ୍ତୁ ଆଜି ଅର୍ଥାତ ବୁଧବାର ତାଙ୍କର ଜନ୍ମଦିନରେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ମାଆ ବାପାଙ୍କୁ ବହୁତ ମିସ୍‌ କରୁଛନ୍ତି ବୋଲି ଲେଖିଛନ୍ତି।

ହେମା କୁହନ୍ତି, ସେ ଯେତେବେଳେ ଛୋଟ ଥିଲେ ମାଆ ଜୟାଲକ୍ଷ୍ମୀ ଚକ୍ରବର୍ତ୍ତୀ ଏବଂ ବାପା ବିଏସ୍‌ ରାମାନୁଜମ ଚକ୍ରବର୍ତ୍ତୀଙ୍କ ସହିତ ଜନ୍ମଦିନ ପାଳନ କରୁଥିଲେ। ସେହିଦିନ ଖୁବ୍‌ ଖୁସି ହେଉଥିଲେ। କିନ୍ତୁ ଆଜି ମାଆ ବାପା ନାହାନ୍ତି, ସେ ତାଙ୍କୁ ବହୁତ ମିସ୍‌ କରୁଛନ୍ତି। ସେ କୁହନ୍ତି, କାର୍ଯ୍ୟବ୍ୟସ୍ତତା ହେତୁ ଶୁଟିଂ ସେଟ୍‌ରେ ଥରେ ଥରେ ଜନ୍ମଦିନ ପାଳନ କରିବାକୁ ପଡ଼ିଥାଏ। କିନ୍ତୁ ଘରେ ସ୍ବାମୀ, ପିଲା ଏବଂ ବନ୍ଧୁବାନ୍ଧବଙ୍କ ସହ ଜନ୍ମଦିନ ପାଳନ କରିବାର ମଜା କିଛି ଅଲଗା।

Share