Categories: ଜାତୀୟ

ଜନ୍ମଦିନରେ ଭାଜପାକୁ ଟାର୍ଗେଟ୍‌ କଲେ ମାୟାବତୀ: ମୋଦିଙ୍କ ଶାସନରେ ଅର୍ଥ ବ୍ୟବସ୍ଥା ଶଯ୍ୟାଶାୟୀ, ଗରିବ କିଂକର୍ତ୍ତବ୍ୟମୂଢ଼

ଲକ୍ଷ୍ନୌ, ୧୫।୧: ବିଏସ୍‌ପି ମୁଖ୍ୟ ମାୟାବତୀ ବୁଧବାର ନିଜର ୬୪ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିବସକୁ ଜନସାଧାରଣଙ୍କ କଲ୍ୟାଣ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ମାୟାବତୀ ଭାଜପା ସହିତ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଦେଶର ସ୍ଥିତି କଂଗ୍ରେସ ଶାସନ ସମୟରେ ଯେପରି ଥିଲା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ତାହାଠାରୁ ଅତି ଖରାପ ହେବାରେ ଲାଗିଛି ବୋଲି ସେ କଡ଼ା ସମାଲୋଚନା କରିଛନ୍ତି। ମୋଦିଙ୍କ ଶାସନରେ ଅର୍ଥ ବ୍ୟବସ୍ଥା ଶଯ୍ୟାଶାୟୀ ହୋଇଥିବାବେଳେ ଗରିବ କିଂକର୍ତ୍ତବ୍ୟମୂଢ଼ ପାଲଟି ଯାଇଥିବା ମାୟାବତୀ ଅଭିଯୋଗ କରିଛନ୍ତି। ସେହିପରି ସରକାରଙ୍କ ଦ୍ୱାରା ଅଣାଯାଇଥିବା ସିଏଏ ଏବଂ ଏନ୍‌ଆର୍‌ସି ନେଇ ସାଧାରଣ ଳୋକଙ୍କ ମଧ୍ୟରେ ଶଙ୍କା ବଢୁଥିବା ସେ କହିଛନ୍ତି। ଆର୍ଥିକ ବୋଝ ସହିବାକୁ ସକ୍ଷମ ନ ଥିବା ଲୋକଙ୍କ ସମ୍ମୁଖରେ ସିଏଏ ଏବଂ ଏନ୍‌ଆର୍‌ସି ଆଣି ମୋଦି ସରକାର ବେଡ଼ି ଉପରେ କୋରଡ଼ା ମାଡ଼ କରୁଥିବା ସେ ଅଭିଯୋଗ କରିଛନ୍ତି।

Share