ଜନ୍ମଦିନରେ ପୂରାପରିବାରକୁ ହରାଇଥିଲେ ଏହି ଅଭିନେତା: ବାପା ହିଁ କରିଥିଲେ ଗୁଳି

ଜନ୍ମଦିନ ସମସ୍ତଙ୍କ ପାଇଁ ବର୍ଷର ସବୁଠାରୁ ବଡ଼ ଦିନ ହୋଇଥାଏ । ଏହି ଦିନକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଏହି ଜନ୍ମଦିନ ଜଣେ କଳାକାରଙ୍କ ଜୀବନରେ ଅନ୍ଧକାର ଆଣିଦେଇଥିଲା। ଜନ୍ମଦିନରେ ସେ ହରାଇଦେଇ ପୂରା ପରିବର। ୯୦ ଦଶକର ଅନେକ ତାରକାଙ୍କ ମଧ୍ୟରୁ କମଲ ସଦାନା ଅନ୍ୟତମ । ଯଦିଓ ୯୦ ଦଶକରେ ସେ ଫିଲ୍ମ ଜଗତରେ ପ୍ରବେଶ କରିଥିଲେ। ମାତ୍ର ପରେ ସେ ଅଦୃଶ୍ୟ ହୋଇଯାଇଥିଲେ। କମଲ ଫିଲ୍ମ ‘ବେଖୁଦି’ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ୧୯୯୨ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ କାଜଲ ତାଙ୍କର ହିରୋଇନ ଥିଲେ। ଚଳଚ୍ଚିତ୍ରଟି ଫ୍ଲପ ହୋଇଥିଲା, କିନ୍ତୁ ଉଭୟ କଳାକାର ଏଥିରୁ ଏକ ଭିନ୍ନ ପରିଚୟ ପାଇଥିଲେ ।
ବେଖୁଦି ପରେ ସେ ଅନେକ ଫିଲ୍ମ କରିଥିଲେ ମଧ୍ୟ ତାହା ହିଟ ହୋଇପାରି ନ ଥିଲା। ଏସବୁ ପଛରେ ତାଙ୍କ ପରିବାରକୁ ମଧ୍ୟ ଦାୟୀ କରାଯାଇଛି।
୧୯୯୦ରେ କମଲଙ୍କ ୨୦ତମ ଜନ୍ମଦିନରେ, ତାଙ୍କ ପରିବାରରେ ଏପରି ଏକ ଦୁଃଖଦ ଘଟଣା ଘଟିଥିଲା, ଯାହା ତାଙ୍କୁ ଜୀବନର ଏକ ସ୍ମୃତି ହୋଇ ରହିଗଲା। ସମସ୍ତେ ଜନ୍ମଦିନ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଥିଲେ ସେତେବେଳେ ହଠାତ ସେ ଗୁଳିର ଶବ୍ଦ ଶୁଣିଲେ । କମଲଙ୍କ ମା’ ସଇଦା ଏବଂ ବାପା ବୁଜ ସାଦନାଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। କମଲଙ୍କ ଜନ୍ମଦିନରେ ମଧ୍ୟ ଝଗଡ଼ା ହୋଇଥିଲା। କ୍ରୋଧରେ ବାପା ମା’ଙ୍କ ଉପରକୁ ଗୁଳି ଚଳାଇଥିଲେ। କେବଳ ଏତିକି ନୁହେଁ, ସେ ନିଜ ଝିଅକୁ ମଧ୍ୟ ଗୁଳି କରିଥିଲେ। ଉଭୟଙ୍କର ମୃତ୍ୟୁ ଘଟିଥିଲା। କୁହାଯାଏ ଯେ, ସେ କମଲଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ କିନ୍ତୁ ସେ ତାଙ୍କ କାନକୁ ଛୁଇଁ ପଳାଇଥିଲା। ପରେ ତାଙ୍କ ପିତା ନିଜକୁ ଗୁଳି କରି ହତ୍ୟା କରିଥିଲେ। ଏଥିରେ ସେ ଏତେ ଭାଙ୍ଗି ପଡ଼ିଥିଲେ ଯେ, ଯାହା ତାଙ୍କ ଉପରେ ବହୁତ ପ୍ରଭାବ ପକାଇଲା। ଏଥିପାଇଁ ତାଙ୍କ କ୍ୟାରିୟର ନଷ୍ଟ ହୋଇଯାଇଥିଲା।

Share