ଜନ୍ମଦିନରେ କିଛି ଫଟୋ ଶେୟାର କରି ସ୍ମୃତିକୁ ତାଜା କଲେ ରଣବୀର

ଜୁଲାଇ ୬ ଅର୍ଥାତ ଆଜି ରଣବୀର ସିଂହଙ୍କ ଜନ୍ମଦିନ। ଚଳିତବର୍ଷ ରଣବୀର ୩୪ତମ ଜନ୍ମ ଦିବସ ପାଳନ କରୁଛନ୍ତି। ବ୍ୟସ୍ତତା ଭିତରେ ନିଜ ପରିବାରକୁ ରଣବୀର ସମୟ ଦେଇପାରୁ ନ ଥିବାରୁ ଆଜି ଭଳି ଖାସ୍‌ ଦିନରେ ପିଲାଦିନର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରି ସ୍ମୃତିକୁ ତାଜା କରିଛନ୍ତି।

ଏଥିସହିତ ଦୀପିକାଙ୍କ ସହ ବିବାହ ସମୟର କେତେକ ଫଟୋ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି ସେ।ପ୍ରକାଶ ଯେ, ରଣବୀରଙ୍କ ଦୁଇଟି ଫିଲ୍ମ ‘ଶିମ୍ବା’ ଏବଂ ‘ଗଲି ବୟ’ ହିଟ୍‌ ହୋଇଥିବାବେଳେ ବର୍ତ୍ତମାନ ୧୯୮୩ରେ ଭାରତୀୟ ଟିମ୍‌ ବିଶ୍ୱକପ୍‌ ବିଜୟକୁ ନେଇ ନିର୍ମାଣ କରାଯାଉଥିବା କପିଲ ଦେବଙ୍କ ବାୟୋପିକ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି।

Share