ଜନସାଧାରଣ ନୁହେଁ, ଶିଳ୍ପପତି ପାଇବେ ଲାଭ

ଅନୁଗୋଳ ଅଫିସ, ୬।୨

ଖୁବ୍‌ଶୀଘ୍ର ଦେଶରେ ସ୍କ୍ରାପେଜ୍‌ ନୀତି ଲାଗୁ ହେବ। ଏହାଦ୍ୱାରା ୧୫ ବର୍ଷର ବ୍ୟବସାୟିକ ଓ ୨୦ ବର୍ଷର ଘରୋଇ ଗାଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ। ଫଳରେ ପ୍ରଦୂଷଣରୁ ପରିବେଶକୁ ସୁରକ୍ଷା ଦିଆଯିବା ସହ ଇନ୍ଧନ ଶକ୍ତିର ବ୍ୟବହାରକୁ କମାଯାଇପାରିବ। ତେବେ ଏ ନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ନୀତି ପରେ ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗତ ବଜେଟ୍‌ରେ ସୂଚନା ଦେଇଛନ୍ତି। ପ୍ରଥମେ ସରକାରୀ ଓ ପରେ ବେସରକାରୀ ଗାଡ଼ି କ୍ଷେତ୍ରରେ ଏହା ଲାଗୁ କରାଯିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଥିଲେ ମଧ୍ୟ ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି। ସରକାରଙ୍କ ପରିବେଶ ସୁରକ୍ଷା ଚିନ୍ତା ଏକ ବାହାନା। ପ୍ରକୃତରେ ଏହି ନିୟମ ଜନତାଙ୍କ ହିତ ପାଇଁ ନୁହେଁ ବରଂ ଯାନବାହନ ଶିଳ୍ପ ସହ ଜଡ଼ିତ ଶିଳ୍ପପତିମାନଙ୍କୁ ଲାଭ ପହଞ୍ଚାଇବା ପାଇଁ କରାଯାଇଛି ବୋଲି ଅନୁଗୋଳର ଅନେକ ଗାଡ଼ି ମାଲିକ ମତ ଦେଇଛନ୍ତି।
ଅନୁଗୋଳ ଜିଲାରେ ୨୦୦୨ ମସିହାରେ ପରିବହନ କାର୍ଯ୍ୟାଳୟ ସ୍ଥାପନ ହୋଇଥିଲା। ସେହିପରି ତାଳଚେରରେ ମଧ୍ୟ ଆଉ ଏକ ପରିବହନ କାର୍ଯ୍ୟାଳୟ ରହିଛି। ଏହି ଦୁଇଟି କାର୍ଯ୍ୟାଳୟରେ ଅଦ୍ୟାବଧି ଜିଲାର ପାଖାପାଖି ୫ ଲକ୍ଷ ଗାଡ଼ି ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ବ୍ୟବସାୟିକ ଗାଡ଼ି ସଂଖ୍ୟା ବହୁ ଅଧିକ। ବିଶେଷକରି କୋଇଲା, ଆଲୁମିନିୟମ, ପାଉଁଶ ଓ ଅନ୍ୟ ଖଣିଜ ପରିବହନରେ ଲକ୍ଷାଧିକ ଟ୍ରକ୍‌, ଟିପ୍ପର, ହାଇଓ୍ବା ନିୟୋଜିତ ରହିଛି। ବହୁ ଯୁବକ ବ୍ୟାଙ୍କରୁ ଋଣ କରି ଏହି ଗାଡ଼ି ବ୍ୟବସାୟକୁ ଓହ୍ଲାଇଛନ୍ତି। ସେହିପରି ଜିଲାରେ ଚାଲୁଥିବା ଶତାଧିକ ବସ୍‌, ଟ୍ୟାକ୍ସି ମାଲିକମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। କିଛିବର୍ଷ ହେଲା ତୈଳଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରାଂଶ ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବା ବେଳେ ସେହି ଅନୁଯାୟୀ ଭଡ଼ା ବଢ଼ିନାହିଁ। ସରକାର ମଧ୍ୟ ବିଭିନ୍ନ ଟ୍ୟାକ୍ସ ବଢ଼ାଇ ଦେଇଛନ୍ତି। ଫଳରେ ପୂର୍ବପରି ଗାଡ଼ି ବ୍ୟବସାୟରୁ ସେତେଟା ଲାଭ ମିଳୁ ନ ଥିବାବେଳେ ମହାମାରୀ କରୋନା ପାଇଁ ଗୋଟିଏ ବର୍ଷ ବ୍ୟବସାୟ ବାଧାପ୍ରାପ୍ତ ହେଲା। ଏଯାଏ ସେହି ପରିସ୍ଥିତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସି ନ ଥିବାବେଳେ ଗାଡ଼ି ମାଲିକମାନେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି। ମାସ ମାସ ଧରି ଗାଡ଼ି ଠିଆ ହୋଇରହିଥିଲେ ବି ସେମାନେ ଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ସେମାନଙ୍କ ପାଉଣା ଦେଇଛନ୍ତି। ଏ କ୍ଷେତ୍ରରେ ସରକାର ସହଯୋଗ କରିବା ପରିବର୍ତ୍ତେ ହଠାତ୍‌ ସ୍କ୍ରାପେଜ୍‌ ନୀତି ଲାଗୁ କଲେ ଏହା ବୋଝ ଉପରେ ନଳିତା ବିଡ଼ା ପରି ହେବ। ପୁରୁଣା ଗାଡ଼ି ଗଡ଼ିବାକୁ ଅନୁମତି ନ ମିଳିଲେ ଜିଲାରେ ବେକାରି ସଂଖ୍ୟା ଆହୁରି ବଢ଼ିଯିବ। ଲୋକେ ଏତେ କମ୍‌ ସମୟ ମଧ୍ୟରେ ନୂଆ ଗାଡ଼ି କିଣିବାକୁ ସକ୍ଷମ ହୋଇପାରିବେ ନାହିଁ ବୋଲି ବହୁ ବ୍ୟବସାୟିକ ଗାଡ଼ି ମାଲିକ ମତବ୍ୟକ୍ତ କରିଛନ୍ତି। ସେହିପରି ଘରୋଇ ଯାନଗୁଡ଼ିକ କ୍ଷେତ୍ରରେ ୨୦ ବର୍ଷ ନିୟମ ଲାଗୁ ହେବାକୁ ଥିଲେ ମଧ୍ୟ ତାହା ଗ୍ରହଣଯୋଗ୍ୟ ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ପ୍ରଦୂଷଣ ସହ ଦୁର୍ଘଟଣା କମିବ
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ କୌଣସି ଚିଠି ଏଯାଏ ଆମ ନିକଟକୁ ଆସିନାହିଁ। ଏହି ନିୟମ ଲାଗୁ ହେବା ପୂର୍ବରୁ ସମୂର୍ଣ୍ଣ ବିବରଣୀ ଆସିବ। କେଉଁ ଗାଡ଼ି ହଟାଯିବ ସେ ନେଇ ସର୍ତ୍ତାବଳୀ ରହିବ। ତେବେ ଏହି ନିୟମ କାର୍ଯ୍ୟକାରୀ ହେଲେ ପ୍ରଦୂଷଣ ସହ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ। ସେହିପରି ଭବିଷ୍ୟତ ପାଇଁ ଇନ୍ଧନ ସଞ୍ଚୟ ହୋଇପାରିବ।
-ବିଭବ ସାମନ୍ତସିଂହାର, ଆରଟିଓ, ଅନୁଗୋଳ
ଜିଲାରେ ବଢ଼ିବ ବେକାରି ସଂଖ୍ୟା
କେନ୍ଦ୍ର ସରକାର ଏହି ନିୟମ ଲାଗୁ କଲେ ଜିଲାରେ ବେକାରି ସଂଖ୍ୟା ବୃଦ୍ଧିପାଇବ। ଗାଡ଼ି ମାଲିକମାନଙ୍କ ପକ୍ଷେ ନୂଆ ଗାଡ଼ି କିଣିବା ସମ୍ଭବ ହେବନାହିଁ। ପ୍ରଦୂଷଣ ରୋକିବାକୁ ପୁରୁଣା ଗାଡ଼ି ହଟାଯିବା ପରିବର୍ତ୍ତେ ଇଞ୍ଜିନ ବିଏସ୍‌-୬ କରିବାକୁ ବାଧ୍ୟତାମୂଳକ କରିଥିଲେ ଭଲ ହୋଇଥାନ୍ତା। କାରଣ ପୁରୁଣା ଇଞ୍ଜିନ ହିଁ ସମସ୍ୟା ବଢ଼ାଇଥାଏ, ଡାଲା କିମ୍ବା ବଡି ନୁହେଁ।
-ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ, ଜିଲା ଟ୍ରକ୍‌ ମାଲିକ ସଂଘ, ଅନୁଗୋଳ
ବସ୍‌ ମାଲିକଙ୍କ ମେରୁଦଣ୍ଡ ଭାଙ୍ଗିଯିବ
୧୫/୨୦ ବର୍ଷର ପୁରୁଣା ଗାଡ଼ି ବଦଳାଇବା ନିୟମ ଲାଗୁ ହେଲେ ସାଧାରଣ ଲୋକେ ଓ ଗାଡ଼ି ବ୍ୟବସାୟୀମାନେ ନୂଆ ଯାନ କିଣିବେ। ପ୍ରଦୂଷଣ ହ୍ରାସ ଆଳରେ ଏହା କେବଳ ଯାନବାହନ ବ୍ୟବସାୟ କରୁଥିବା ଶିଳ୍ପପତିମାନଙ୍କୁ ପୋଷିବା ପାଇଁ ସରକାରଙ୍କ ଚାଲ୍‌। ୮ ବର୍ଷରୁ ଅଧିକ ପୁରୁଣା ବସ୍‌କୁ ୧୫ ପ୍ରତିଶତ ଅଧିକ ଟ୍ୟାକ୍ସ ଦେଇ ପଞ୍ଜୀକରଣ ନବୀକରଣ କରିବାକୁ ପଡ଼ୁଛି। ଏବେ ପୁଣି ଗାଡ଼ି ଅଚଳ କରି ଲୁହା ଦରରେ ବିକ୍ରି କଲେ ବସ୍‌ ମାଲିକଙ୍କ ମେରୁଦଣ୍ଡ ଭାଙ୍ଗିଯିବ।
-ରାଜୁ ମିଶ୍ର, ସମ୍ପାଦକ, ଅନୁଗୋଳ ଜିଲା ବସ୍‌ମାଲିକ ସଂଘ
ଲୋକଙ୍କ ସୁବିଧା ଦେଖି ନିୟମ କରାଯାଉ
ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିୟମ କରୁଛନ୍ତି। କିନ୍ତୁ ତାହା ଲୋକଙ୍କ ହିତ ସାଧନ କରୁନାହିଁ। ଗୋଟିଏ ଗାଡ଼ି କିଣିବା ଯେଉଁଠି କାଠିକର ପାଠ, ସେଠାରେ ଆଉ ନୂଆ କଥା ଚିନ୍ତା କରିହେଉ ନାହିଁ। ତେଲଠାରୁ ଯନ୍ତ୍ରାଂଶ ଯାଏ ଅଧିକ ଖର୍ଚ୍ଚ ପଡ଼ୁଥିବା ବେଳେ ସରକାରଙ୍କୁ ବିଭିନ୍ନ ଟ୍ୟାକ୍ସ ପ୍ରଦାନ କରୁଛୁ। ତେଣୁ ସରକାର ଯେଉଁ ନିୟମ କରୁଛନ୍ତି ସେଥିରେ ଆଗାମୀ ଦିନରେ ଗାଡ଼ି ଚଳାଇବା ସମ୍ଭବ ନୁହେଁ।
-ବସନ୍ତ କୁମାର ଭୂତିଆ, ଟ୍ୟାକ୍ସି ମାଲିକ, ଅନୁଗୋଳ
ଭଲ ପଦକ୍ଷେପ ନିଆଯାଇଛି
ପ୍ରଦୂଷଣ ଏବେ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଏହାକୁ ରୋକିବାକୁ ବିଭିନ୍ନ ନିୟମ କରାଯାଉଛି। ପୁରୁଣା ଗାଡ଼ି ରାସ୍ତାରୁ ହଟାଇ ଦିଆଗଲେ ପରିବେଶ ଉପରେ ଭଲ ପ୍ରଭାବ ପଡ଼ିବ। ଅନେକ ସମୟରେ ଅନ୍‌ଫିଟ ଗାଡ଼ି ଯୋଗୁ ଦୁର୍ଘଟଣା ଘଟି ଧନଜୀବନ ହାନି ହୋଇଥାଏ। ଏହାର ବହୁ ଉଦାହରଣ ରହିଛି। ତେଣୁ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ସ୍ବାଗତଯୋଗ୍ୟ।
-ସୁନୀଲ କୁମାର ଦାଶ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

IPL 2026 Auction: ଅକ୍ସନର ଫାଇନାଲ ଲିଷ୍ଟରେ ବାଜିଲା ମୋହର, ୧୦୦୦ ଖେଳାଳି ଆଉଟ, ଷ୍ଟାର ଖେଳାଳିଙ୍କ ସରପ୍ରାଇଜ ଏଣ୍ଟ୍ରି

ନୂଆଦିଲ୍ଲୀ,୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି-ନିଲାମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।...

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri