ଜନସାଧାରଣ ନୁହେଁ, ଶିଳ୍ପପତି ପାଇବେ ଲାଭ

ଅନୁଗୋଳ ଅଫିସ, ୬।୨

ଖୁବ୍‌ଶୀଘ୍ର ଦେଶରେ ସ୍କ୍ରାପେଜ୍‌ ନୀତି ଲାଗୁ ହେବ। ଏହାଦ୍ୱାରା ୧୫ ବର୍ଷର ବ୍ୟବସାୟିକ ଓ ୨୦ ବର୍ଷର ଘରୋଇ ଗାଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ। ଫଳରେ ପ୍ରଦୂଷଣରୁ ପରିବେଶକୁ ସୁରକ୍ଷା ଦିଆଯିବା ସହ ଇନ୍ଧନ ଶକ୍ତିର ବ୍ୟବହାରକୁ କମାଯାଇପାରିବ। ତେବେ ଏ ନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ନୀତି ପରେ ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗତ ବଜେଟ୍‌ରେ ସୂଚନା ଦେଇଛନ୍ତି। ପ୍ରଥମେ ସରକାରୀ ଓ ପରେ ବେସରକାରୀ ଗାଡ଼ି କ୍ଷେତ୍ରରେ ଏହା ଲାଗୁ କରାଯିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଥିଲେ ମଧ୍ୟ ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି। ସରକାରଙ୍କ ପରିବେଶ ସୁରକ୍ଷା ଚିନ୍ତା ଏକ ବାହାନା। ପ୍ରକୃତରେ ଏହି ନିୟମ ଜନତାଙ୍କ ହିତ ପାଇଁ ନୁହେଁ ବରଂ ଯାନବାହନ ଶିଳ୍ପ ସହ ଜଡ଼ିତ ଶିଳ୍ପପତିମାନଙ୍କୁ ଲାଭ ପହଞ୍ଚାଇବା ପାଇଁ କରାଯାଇଛି ବୋଲି ଅନୁଗୋଳର ଅନେକ ଗାଡ଼ି ମାଲିକ ମତ ଦେଇଛନ୍ତି।
ଅନୁଗୋଳ ଜିଲାରେ ୨୦୦୨ ମସିହାରେ ପରିବହନ କାର୍ଯ୍ୟାଳୟ ସ୍ଥାପନ ହୋଇଥିଲା। ସେହିପରି ତାଳଚେରରେ ମଧ୍ୟ ଆଉ ଏକ ପରିବହନ କାର୍ଯ୍ୟାଳୟ ରହିଛି। ଏହି ଦୁଇଟି କାର୍ଯ୍ୟାଳୟରେ ଅଦ୍ୟାବଧି ଜିଲାର ପାଖାପାଖି ୫ ଲକ୍ଷ ଗାଡ଼ି ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ବ୍ୟବସାୟିକ ଗାଡ଼ି ସଂଖ୍ୟା ବହୁ ଅଧିକ। ବିଶେଷକରି କୋଇଲା, ଆଲୁମିନିୟମ, ପାଉଁଶ ଓ ଅନ୍ୟ ଖଣିଜ ପରିବହନରେ ଲକ୍ଷାଧିକ ଟ୍ରକ୍‌, ଟିପ୍ପର, ହାଇଓ୍ବା ନିୟୋଜିତ ରହିଛି। ବହୁ ଯୁବକ ବ୍ୟାଙ୍କରୁ ଋଣ କରି ଏହି ଗାଡ଼ି ବ୍ୟବସାୟକୁ ଓହ୍ଲାଇଛନ୍ତି। ସେହିପରି ଜିଲାରେ ଚାଲୁଥିବା ଶତାଧିକ ବସ୍‌, ଟ୍ୟାକ୍ସି ମାଲିକମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। କିଛିବର୍ଷ ହେଲା ତୈଳଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରାଂଶ ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିବା ବେଳେ ସେହି ଅନୁଯାୟୀ ଭଡ଼ା ବଢ଼ିନାହିଁ। ସରକାର ମଧ୍ୟ ବିଭିନ୍ନ ଟ୍ୟାକ୍ସ ବଢ଼ାଇ ଦେଇଛନ୍ତି। ଫଳରେ ପୂର୍ବପରି ଗାଡ଼ି ବ୍ୟବସାୟରୁ ସେତେଟା ଲାଭ ମିଳୁ ନ ଥିବାବେଳେ ମହାମାରୀ କରୋନା ପାଇଁ ଗୋଟିଏ ବର୍ଷ ବ୍ୟବସାୟ ବାଧାପ୍ରାପ୍ତ ହେଲା। ଏଯାଏ ସେହି ପରିସ୍ଥିତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସି ନ ଥିବାବେଳେ ଗାଡ଼ି ମାଲିକମାନେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି। ମାସ ମାସ ଧରି ଗାଡ଼ି ଠିଆ ହୋଇରହିଥିଲେ ବି ସେମାନେ ଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ସେମାନଙ୍କ ପାଉଣା ଦେଇଛନ୍ତି। ଏ କ୍ଷେତ୍ରରେ ସରକାର ସହଯୋଗ କରିବା ପରିବର୍ତ୍ତେ ହଠାତ୍‌ ସ୍କ୍ରାପେଜ୍‌ ନୀତି ଲାଗୁ କଲେ ଏହା ବୋଝ ଉପରେ ନଳିତା ବିଡ଼ା ପରି ହେବ। ପୁରୁଣା ଗାଡ଼ି ଗଡ଼ିବାକୁ ଅନୁମତି ନ ମିଳିଲେ ଜିଲାରେ ବେକାରି ସଂଖ୍ୟା ଆହୁରି ବଢ଼ିଯିବ। ଲୋକେ ଏତେ କମ୍‌ ସମୟ ମଧ୍ୟରେ ନୂଆ ଗାଡ଼ି କିଣିବାକୁ ସକ୍ଷମ ହୋଇପାରିବେ ନାହିଁ ବୋଲି ବହୁ ବ୍ୟବସାୟିକ ଗାଡ଼ି ମାଲିକ ମତବ୍ୟକ୍ତ କରିଛନ୍ତି। ସେହିପରି ଘରୋଇ ଯାନଗୁଡ଼ିକ କ୍ଷେତ୍ରରେ ୨୦ ବର୍ଷ ନିୟମ ଲାଗୁ ହେବାକୁ ଥିଲେ ମଧ୍ୟ ତାହା ଗ୍ରହଣଯୋଗ୍ୟ ନୁହେଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ପ୍ରଦୂଷଣ ସହ ଦୁର୍ଘଟଣା କମିବ
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ କୌଣସି ଚିଠି ଏଯାଏ ଆମ ନିକଟକୁ ଆସିନାହିଁ। ଏହି ନିୟମ ଲାଗୁ ହେବା ପୂର୍ବରୁ ସମୂର୍ଣ୍ଣ ବିବରଣୀ ଆସିବ। କେଉଁ ଗାଡ଼ି ହଟାଯିବ ସେ ନେଇ ସର୍ତ୍ତାବଳୀ ରହିବ। ତେବେ ଏହି ନିୟମ କାର୍ଯ୍ୟକାରୀ ହେଲେ ପ୍ରଦୂଷଣ ସହ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ। ସେହିପରି ଭବିଷ୍ୟତ ପାଇଁ ଇନ୍ଧନ ସଞ୍ଚୟ ହୋଇପାରିବ।
-ବିଭବ ସାମନ୍ତସିଂହାର, ଆରଟିଓ, ଅନୁଗୋଳ
ଜିଲାରେ ବଢ଼ିବ ବେକାରି ସଂଖ୍ୟା
କେନ୍ଦ୍ର ସରକାର ଏହି ନିୟମ ଲାଗୁ କଲେ ଜିଲାରେ ବେକାରି ସଂଖ୍ୟା ବୃଦ୍ଧିପାଇବ। ଗାଡ଼ି ମାଲିକମାନଙ୍କ ପକ୍ଷେ ନୂଆ ଗାଡ଼ି କିଣିବା ସମ୍ଭବ ହେବନାହିଁ। ପ୍ରଦୂଷଣ ରୋକିବାକୁ ପୁରୁଣା ଗାଡ଼ି ହଟାଯିବା ପରିବର୍ତ୍ତେ ଇଞ୍ଜିନ ବିଏସ୍‌-୬ କରିବାକୁ ବାଧ୍ୟତାମୂଳକ କରିଥିଲେ ଭଲ ହୋଇଥାନ୍ତା। କାରଣ ପୁରୁଣା ଇଞ୍ଜିନ ହିଁ ସମସ୍ୟା ବଢ଼ାଇଥାଏ, ଡାଲା କିମ୍ବା ବଡି ନୁହେଁ।
-ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ, ଜିଲା ଟ୍ରକ୍‌ ମାଲିକ ସଂଘ, ଅନୁଗୋଳ
ବସ୍‌ ମାଲିକଙ୍କ ମେରୁଦଣ୍ଡ ଭାଙ୍ଗିଯିବ
୧୫/୨୦ ବର୍ଷର ପୁରୁଣା ଗାଡ଼ି ବଦଳାଇବା ନିୟମ ଲାଗୁ ହେଲେ ସାଧାରଣ ଲୋକେ ଓ ଗାଡ଼ି ବ୍ୟବସାୟୀମାନେ ନୂଆ ଯାନ କିଣିବେ। ପ୍ରଦୂଷଣ ହ୍ରାସ ଆଳରେ ଏହା କେବଳ ଯାନବାହନ ବ୍ୟବସାୟ କରୁଥିବା ଶିଳ୍ପପତିମାନଙ୍କୁ ପୋଷିବା ପାଇଁ ସରକାରଙ୍କ ଚାଲ୍‌। ୮ ବର୍ଷରୁ ଅଧିକ ପୁରୁଣା ବସ୍‌କୁ ୧୫ ପ୍ରତିଶତ ଅଧିକ ଟ୍ୟାକ୍ସ ଦେଇ ପଞ୍ଜୀକରଣ ନବୀକରଣ କରିବାକୁ ପଡ଼ୁଛି। ଏବେ ପୁଣି ଗାଡ଼ି ଅଚଳ କରି ଲୁହା ଦରରେ ବିକ୍ରି କଲେ ବସ୍‌ ମାଲିକଙ୍କ ମେରୁଦଣ୍ଡ ଭାଙ୍ଗିଯିବ।
-ରାଜୁ ମିଶ୍ର, ସମ୍ପାଦକ, ଅନୁଗୋଳ ଜିଲା ବସ୍‌ମାଲିକ ସଂଘ
ଲୋକଙ୍କ ସୁବିଧା ଦେଖି ନିୟମ କରାଯାଉ
ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିୟମ କରୁଛନ୍ତି। କିନ୍ତୁ ତାହା ଲୋକଙ୍କ ହିତ ସାଧନ କରୁନାହିଁ। ଗୋଟିଏ ଗାଡ଼ି କିଣିବା ଯେଉଁଠି କାଠିକର ପାଠ, ସେଠାରେ ଆଉ ନୂଆ କଥା ଚିନ୍ତା କରିହେଉ ନାହିଁ। ତେଲଠାରୁ ଯନ୍ତ୍ରାଂଶ ଯାଏ ଅଧିକ ଖର୍ଚ୍ଚ ପଡ଼ୁଥିବା ବେଳେ ସରକାରଙ୍କୁ ବିଭିନ୍ନ ଟ୍ୟାକ୍ସ ପ୍ରଦାନ କରୁଛୁ। ତେଣୁ ସରକାର ଯେଉଁ ନିୟମ କରୁଛନ୍ତି ସେଥିରେ ଆଗାମୀ ଦିନରେ ଗାଡ଼ି ଚଳାଇବା ସମ୍ଭବ ନୁହେଁ।
-ବସନ୍ତ କୁମାର ଭୂତିଆ, ଟ୍ୟାକ୍ସି ମାଲିକ, ଅନୁଗୋଳ
ଭଲ ପଦକ୍ଷେପ ନିଆଯାଇଛି
ପ୍ରଦୂଷଣ ଏବେ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଏହାକୁ ରୋକିବାକୁ ବିଭିନ୍ନ ନିୟମ କରାଯାଉଛି। ପୁରୁଣା ଗାଡ଼ି ରାସ୍ତାରୁ ହଟାଇ ଦିଆଗଲେ ପରିବେଶ ଉପରେ ଭଲ ପ୍ରଭାବ ପଡ଼ିବ। ଅନେକ ସମୟରେ ଅନ୍‌ଫିଟ ଗାଡ଼ି ଯୋଗୁ ଦୁର୍ଘଟଣା ଘଟି ଧନଜୀବନ ହାନି ହୋଇଥାଏ। ଏହାର ବହୁ ଉଦାହରଣ ରହିଛି। ତେଣୁ ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ସ୍ବାଗତଯୋଗ୍ୟ।
-ସୁନୀଲ କୁମାର ଦାଶ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri