Categories: ଖେଳ

ଜନସାଧାରଣଙ୍କ ଲାଗି କୋଭିଡ୍‌-୧୯ ଟେଷ୍ଟ କରାଇବେ ନାହିଁ ସ୍ପାନିଶ କ୍ଲବ

ମାଡ୍ରିଡ୍‌, ୨୦।୩(ଏପି)- ସ୍ପେନ୍‌ର କିଛି ଫୁଟବଲ କ୍ଲବ ମାରାତ୍ମକ କରୋନା ଭାଇରସ୍‌ ଟେଷ୍ଟ ପାଇଁ ସ୍ପାନିଶ ଲିଗ୍‌ ପକ୍ଷରୁ ପ୍ରଦାନ କରାଯାଇଥିବା ଆବଶ୍ୟକ କିଟ୍‌ ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଦଳର ଖେଳାଳି ଆକ୍ରାନ୍ତ ଥିବାରୁ ସ୍ପାନିଶ ଲିଗ୍‌ ପକ୍ଷରୁ ଦଳଗୁଡ଼ିକୁ ୫୦୦ ଟେଷ୍ଟ ଉପକରଣ ଦିଆଯାଇଥିଲ। ସେଲଟା ଭିଗୋ ପକ୍ଷରୁ କୁହାଯାଇଛି, ଏହି ଟେଷ୍ଟ ଉପକରଣ ବ୍ୟବହାର କରିବୁ ନାହିଁ। କାରଣ ଏହି କିଟ୍‌ ଆମଠାରୁ ଜନସାଧାରଣଙ୍କୁ ଅଧିକ ଦରକାର ରହିଛି। ସେହିଭଳି ଭାଲାଡୋଲିଡ୍‌ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଦଳର କୌଣସି ଖେଳାଳିଙ୍କ ଟେଷ୍ଟ କରାଯିବ ନାହିଁ। କାରଣ କରୋନା ଲକ୍ଷଣ କାହାରିଠାରେ ଦେଖାଯାଉ ନାହିଁ। ଏହା ଦେଶର ନାଗରିକଙ୍କୁ ଦେବାର ଆବଶ୍ୟକତା ରହିଛି। ସେମାନେ ମାରାତ୍ମକ ଭାଇରସ୍‌ ସହ ସଂଘର୍ଷ କରୁଛନ୍ତି। ସ୍ପେନ୍‌ରେ ଏପର୍ଯ୍ୟନ୍ତ ୧୭ ହଜାର କରୋନାରେ ଆକ୍ରାନ୍ତ ଥିବାବେଳେ ୭୭୦ ଜଣଙ୍କ ମୁଣ୍ଡ ନେଇସାରିଲାଣି।

Share