ଜନଧନ ଯୋଜନା ଜମା;ଖୁବଶୀଘ୍ର ପାର୍‌ କରିଯିବ ୧ଲକ୍ଷ କୋଟି

ନୂଆଦିଲ୍ଲୀ,୨୨-୪: ଜନଧନ ଯୋଜନା ଅଧୀନରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ରାଶି ଖୁବଶୀଘ୍ର ୧ ଲକ୍ଷ କୋଟି ଟଙ୍କା ପାର୍‌ କରିଯିବ ବୋଲି ଆଶାକରାଯାଉଛି। ମୋଦି ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଜମାରାଶି ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି  ଓ ଏହା ଏପ୍ରିଲ ୩ ତାରିଖ ସୁଦ୍ଧା ୯୭,୬୬୫,୬୬ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଅନ୍ୟପକ୍ଷରେ ଜନଧନ ଆକାଉଣ୍ଟ ସଂଖ୍ୟା ୩୫.୩୯ କୋଟି ହୋଇଥିବା ବେଳେ ମାର୍ଚ୍ଚ ୨୭ ସୁଦ୍ଧା ଏଥିରେ ଜମା ରାଶିର ପରିମାଣ ୯୬,୧୦୭.୩୫ କୋଟି ଟଙ୍କା ଥିଲା। ଏହାର ସପ୍ତାହକ ପୂର୍ବରୁ ଏହା ୯୫,୩୮୨.୧୪ କୋଟି ଟଙ୍କା ରହିଥିଲା ବୋଲି ଜଣାପଡିଛି। ଅଦ୍ୟାବଧି ୨୭.୮୯ କୋଟି ଆକାଉଣ୍ଟଧାରୀଙ୍କୁ ରୁପେ ଡେବିଟ କାର୍ଡ ଜାରି କରାଯାଇଛି। ଉଲ୍ଲେଖଥାଉ କି, ୨୦୧୪ ଅଗଷ୍ଟ ୨୮ରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ କରାଯାଇଥିଲା। ସମସ୍ତ ପରିବାରକୁ ବ୍ୟାଙ୍କ ସହିତ ଯୋଡିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଯୋଜନାର ସଫଳତାରେ ଉତ୍ସାହିତ କେନ୍ଦ୍ର ସରକାର ୨୦୧୮ ଅଗଷ୍ଟରେ ନୂଆ ଆକାଉଣ୍ଟଧାରୀଙ୍କୁ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ରାଶିକୁ ଦ୍ୱିଗୁଣିତ କରିଥିଲେ। ଏଥିସହିତ ଓଭରଡ୍ରାଫ୍ଟ ସୁବିଧାକୁ ବଢ଼ାଇ ୧୦ ହଜାର ଟଙ୍କା କରାଯାଇଥିଲା। ମୋଟ ଜନଧନ ଆକାଉଣ୍ଟ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ମହିଳାଙ୍କ ନାମରେ ରହିଛି। ସେହିପରି ୫୯ ପ୍ରତିଶତ ଆକାଉଣ୍ଟ ଗ୍ରାମାଞ୍ଚଳରେ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଖୋଲାଯାଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri