ଜନତା କର୍ଫ୍ୟୁ: ଜୟପୁର ସହର ଶୂନ୍‌ଶାନ୍‌

ଜୟପୁର,୨୨।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହର ଜନତା କର୍ଫ୍ୟୁ ଲାଗି ରବିବାର ପୂର୍ବାହ୍ନ ୭ଟାରୁ ଶୂନ୍‌ଶାନ୍‌ ହୋଇଯାଇଥିଲା। ଦୂରରୁ ଆସିଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ପହଞ୍ଚିଥିବା ବେଳେ ଏଠାରେ ଗାଡ଼ିମୋଟର ବନ୍ଦ ରହିଛି। ସେହିପରି ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ପୋଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।