Categories: ଜାତୀୟ

ଜନତାଙ୍କ ଆଶାକୁ ନିଶ୍ଚୟ ପୂରା କରିବେ ମୋଦି: ହେମାମାଳିନୀ

ନୂଆଦିଲ୍ଲୀ, ୩୦।୫: ଲୋକ ସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମଥୁରା ଆସନରୁ ବିଜୟ ହାସଲ କରିବା ପରେ ଅଭିନେତ୍ରୀ ହେମାମାଳିନୀ ଗୁରୁବାର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦେଶର ବିକାଶକୁ ନେଇ ମୋଦି ଏକ ବିରାଟ ଲକ୍ଷ୍ୟ ରଖିଛନ୍ତି। ଶପଥ ନେବା ପୂର୍ବରୁ ସେହି ଲକ୍ଷ୍ୟ କେମିତି ପୂରା କରିବେ ତା’ର ଯୋଜନା ମଧ୍ୟ ପ୍ରସ୍ତୁତ ହୋଇସାରିଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋଦିଙ୍କ ଉପରେ ସମସ୍ତଙ୍କ ଭରସା ଅଛି। ସେ ସମସ୍ତଙ୍କ ଆଶା ପୂରଣ କରିବେ ବୋଲି ହେମା କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟା ୭ଟାରେ ମୋଦିି ରାଷ୍ଟ୍ରପତି ଭବନରେ ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।

Share