Categories: ଜାତୀୟ

ଜନତାଙ୍କୁ ଲୁଚୁଛନ୍ତି ଯୋଗୀ ଆଦିତ୍ୟନାଥ: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣିଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। ମୁରଦାବାଦ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଖବରଦାତାଙ୍କୁ ଗୋଟିଏ ଘରେ ବନ୍ଦ କରିଦେବା ଖବରକୁ ନେଇ ବର୍ଷିଛନ୍ତି ପ୍ରିୟଙ୍କା। ଏହାକୁ ନେଇ ସେ କହିଛନ୍ତି, ଉତ୍ତର ପ୍ରଦେଶ ସରକାର ଜନତାଙ୍କୁ ଲୁଚୁଛନ୍ତି। ଟୁଇଟ କରି ପ୍ରିୟଙ୍କା ଲେଖିଛନ୍ତି, ଉତ୍ତର ପ୍ରଦେଶରେ ଖବରଦାତାଙ୍କୁ ତାଲା ପକାଇ ରଖାଯାଉଛି, ବିଭିନ୍ନ ପ୍ରଶ୍ନକୁ ସରକାର ଏଡାଇ ଯାଉଛନ୍ତି, ସମସ୍ୟାକୁ ଅଣଦେଖା କରାଯାଉଛି। ତେଣୁ ବିପୁଳ ବହୁମତ ପାଇଥିବା ଭାଜପା ସରକାର ଜନତାଙ୍କୁ ମୁହଁ ଲୁଚାଉଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଦିନକ ପୂର୍ବରୁ ପ୍ରିୟଙ୍କା କହିଥିଲେ ଉତ୍ତର ପ୍ରଦେଶରେ ଅପରାଧି ଖୋଲାଖୋଲି ବୁଲୁଥିବା ବେଳେ ଯୋଗୀ ସରକାରଙ୍କ ଅପାରଗତା ସ୍ପଷ୍ଟ ବାରି ହୋଇ ପଡୁଛି। ହେଲେ ଏହାର ଜବାବରେ ଯୋଗୀ ପ୍ରିୟଙ୍କାଙ୍କୁ କହିଥିଲେ ଅଙ୍ଗୁର ନ ଖାଇ ପାରିଲେ ଖଟା। ଅର୍ଥାତ୍‌ ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ହାରିବା ପରେ ପ୍ରିୟଙ୍କା ଏଭଳି ମନ୍ତବ୍ୟ ଦେଉଛନ୍ତି।

Share